Breaking News

ବେସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମାଗଣାରେ ସ୍ୱାସ୍ଥ୍ୟ ଶିବିର


   ସାକ୍ଷୀଗୋପାଳ----ଭୁବନେଶ୍ୱର ଏମସ୍ ଡାକ୍ତଖାନା ପକ୍ଷରୁ  ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗ ଯୋଡି ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ବୁଧବାର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି  । ଡା ପ୍ରଫେସର ପ୍ରଭାସ ରଞ୍ଜନ ତ୍ରିପାଠୀ ଙ୍କ ନେତୃତ୍ବରେ ୧୪ ଜଣ ଅଭିଜ୍ଞ ଡାକ୍ତର, ୧୦ ଜଣ ଫାର୍ମାସିଷ୍ଟ, ନର୍ସ ଓ ଅନ୍ଯାନ୍ଯ ସହକାରୀ ମାନେ ଏହି ଶିବିର ରେ ଯୋଗଦେଇଥିଲେ। ଏହି ଅବସରରେ ମେଡିସିନ, ସର୍ଜରୀ, ଗାଇନିକ୍, ପେଡିଆଟ୍ରିକ୍ସ, ଅସ୍ଥିଶଲ୍ୟ, ଚର୍ମରୋଗ ବିଶେଷଜ୍ଞ ମାନେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମଧୁମେହ , ଆଣ୍ଠୁଗଣ୍ଠି ପ୍ରମୁଖ ଶାରିରୀକ ସମସ୍ଯା ସଂପର୍କରେ ପରୀକ୍ଷା ନିରୀକ୍ଷା କରାଯାଇ ଥିଲା  । ଏହି ପରିପ୍ରେକ୍ଷୀରେ ପ୍ରଥମେ ଆୟୋଜିତ ଶିବିରକୁ ପ୍ରଫେସର ଡା ଶ୍ରୀ ତ୍ରିପାଠୀ, ପ୍ରଫେସର ଡା ସ୍ୱୟଂ ପ୍ରଜ୍ଞା ପରିଡ଼ା, ଡା ସଞ୍ଜୟ କୁମାର ଖମାରୀ, ସରପଞ୍ଚ ଜ୍ଯୋତିର୍ମୟୀ ରଥ, ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଫକିର ଚରଣ ମହାରଣା ପ୍ରମୁଖ ପୁଣ୍ଯାତ୍ମା ଗୋପବନ୍ଧୁ ଓ ଡ ଆମ୍ୱେଦକରଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  । କମଳାକାନ୍ତ ମିଶ୍ର, ମୋହନ ଦିକ୍ଷିତ, ନାଏବ ସରପଞ୍ଚ ବିନୋଦିନୀ ସାଠୁଆ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ମାଗଣା ସ୍ବାସ୍ଥ୍ୟ ଶିବିରରେ ବିଜେପିର ନେତା ସମ୍ବିତ ପାତ୍ର ଓ ଓମ ପ୍ରକାଶ ମିଶ୍ର ଯୋଗଦେଇଥିଲେ।ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧/୨୦୨୪---୯,୨୫ Sakhigopal News 3/1/2024

Blog Archive

Popular Posts