Breaking News

ଅଗ୍ନିକାଣ୍ଡରେ ପୋଡିଗଲା ଘର



     ସାକ୍ଷୀଗୋପାଳ ------  ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ନହଳା ଗ୍ରାମର କୁନ୍ତଳା ବେହେରାଙ୍କ ଗୋଟିଏ ବଖରା  ନଡା ଛପର ଚାଳଘର ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଯାଇଛି ।  ବସବାସ କରୁଥିବା ଘରେ ନିଆଁ ଲାଗି ଯାଇଥିଲା  । ଖବରପାଇ ସତ୍ଯବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ମନୋଜ କୁମାର ପାତ୍ର ସଦଳବଳେ ଦୁଇଟି ଦମକଳ ଗାଡି ନେଇ ଘଟଣା  ସ୍ଥଳରେ ପହଞ୍ଚି ନିଆଁକୁ  ଆୟତ କରିଥିଲେ। ଘରେ ଥିବା ଲୁଗାପଟା ସହିତ ଆସବାବପତ୍ର ନିଆଁରେ ପୋଡି ଯାଇଛି  । ଘର ପଛପଟେ ଥିବା ରୋଷେଇ ଘରୁ ବା ବିଜୁଳି ସଟସର୍କିଟ ଯୋଗୁ ଅଗ୍ନକାଣ୍ଡ ଘଟିଥିବା ପ୍ରାଥମିକ ଆକଳନ କରାଯାଉଛି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ୩/୧/୨0୨୪-----୯,୩୫ 
Sakhigopal News,3/1/2024

Blog Archive

Popular Posts