ଜିଆରଏସ୍ ହତ୍ଯା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ
ଭଞ୍ଜନଗର -- ବୁଗୁଡ଼ା ବ୍ଲକର ଏ କରଡାବାଡି ଓ ଶଙ୍କୁରୁ ପଞ୍ଚାୟତରେ କାର୍ଯ୍ଯରତ ଗ୍ରାମରୋଜଗାର ସେବକ ସୁକାନ୍ତ ପାଣିଗ୍ରାହୀଙ୍କୁ ହତ୍ୟାକାଣ୍ଡ ଅଭିଯୋଗ ରେ ଜଣେ ଗିରଫ ହେଇଥିବା ପୋଲିସ ଠାରୁ ସୁଚନା ମିଳିଛି। ସୁଚନା ଯୋଗ୍ୟ ଯେ ସୁକାନ୍ତ କଳମ୍ବ ଗାଁରୁ ବାହାରି ବୁଗୁଡା ବ୍ଳକ କୁ ବାଇକ୍ ଯୋଗେ ଆସୁଥିବା ବେଳେ ବାଇକିରେ ଲିପ୍ଟି ମାଗି ଥିଲେ ଜଣେ ଯୁବକ।ଯାହାକି ଗ୍ରାମ ରୋଜଗାର ସେବକ ସେହି ଯୁବକ ଙ୍କୁ ବାଇକ୍ ରେ ବସାଇ ଆଣିଥିଲେ । ସେହି ଯୁବକ ଜଣକ ହେଉଛନ୍ତି ଗ୍ରାମ ରୋଜଗାର ସେବକଙ୍କ କଳମ୍ବ ଗାଁର ପୂର୍ବତନ ସରପଞ୍ଚ ଙ୍କ ପୁଅ ରାଘବ ସ୍ୱାଇଁ ! ଏପରିକି ବାଇକ୍ ରେ କିଛି ବାଟ ବସି ଆସିବା ପରେ ଅନ୍ତରପଡା ଛକ ପାଖାପାଖି ତାଙ୍କୁ ଅତର୍କିତ ଭାବେ ଛୁରାରେ ଆକ୍ରମଣ କରି ରାଘବ ଘଟଣା ସ୍ତଳରୁ ଚମ୍ପଟ ମାରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ତାରେ ସ୍ଥାନୀୟ ଲୋକେ ମାନେ ଉଧାର କରି ବୁଗୁଡା ମେଡିକାଲ କୁ ଆଣିଥିଲେ । ସୁକାନ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ତା ଅତି ଗୁରୁତର ରହିଛି ବୋଲି ଡାକ୍ତର କହିଥିଲେ ।ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ନେଉଥିବା ବେଳେ ପୋଲସରା ନିକଟରେ ସୁକାନ୍ତ ଗୁରୁତର ହୋଇପଡିଥିଲେ ତାଙ୍କୁ ପୋଲସରା ମେଡିକାଲ କୁ ନିଆଜାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୁତ ଘୋଷଣା କରିଥିଲେ ! ଗ୍ରାମରୋଜଗାର ସେବକ ଙ୍କ ମୁତ୍ଯୁ ଘଟଣାର ଆଜକୁ ଦଶଦିନ ମଧ୍ୟରେ ଫେରାର୍ ଅଭିଯୁକ୍ତ ରାଘବ ସ୍ୱାଇଁ ଙ୍କୁ କେରଳ ରାଜ୍ଯର ଟିସୁର୍ ଅଞ୍ଚଳରୁ ଗିରଫ୍ କରିଥିବା ବେଳେ ଏବେ କୋର୍ଟ ଚାଲାଣ କରିଛି ବୁଗୁଡା ପୋଲିସ୍ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧/୨୦୨୪----୮,୨୫ Sakhigopal News,4/1/2024