ଅସ୍ଥାୟୀ ଭାବେ ସତ୍ଯବାଦୀର ପେଣ୍ଠପଡା ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ଏମଏଫ ସି କୋର୍ଟ ଖୋଲିବ
ସାକ୍ଷୀଗୋପାଳ----ସତ୍ଯବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଚେଷ୍ଟା ଓ ସତ୍ୟବାଦୀ ଆଇନଜୀବୀ ମାନଙ୍କ ଅନେକ ଦିନର ଦାବି ଏବେ ପୁରଣ ହେବାକୁ ଯାଉଛି। ସତ୍ୟବାଦୀ ରେ ଶୀଘ୍ର ଏମ ଏଫ ସି କୋର୍ଟ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି । ବୁଧବାର ମାନ୍ୟବର ଜିଲ୍ଲା ଜଜ ଅଜନ୍ତା ଷଡ଼ଙ୍ଗୀ ଅସ୍ଥାୟୀ ଭାବେ ଖୋଲିବାକୁ ଥିବା ପେଣ୍ଠପଡା ପଞ୍ଚାୟତର କଲ୍ୟାଣ ମଣ୍ଡପ ବୁଲି ଦେଖିବା ପରେ ତୁରନ୍ତ କାମ କରିବାକୁ ସତ୍ଯବାଦୀ ବିଡ଼ିଓ ଲିପିସା ରାୟଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ରେଜିଷ୍ଟ୍ରାର ନିଖିଲ ଭରତ ମହାନ୍ତି,କୋର୍ଟ ମ୍ୟାନେଜର ମଳୟ କୁମାର ଗିରିଙ୍କ ସହ ତହସିଲଦାର ଜୟନ୍ତ କୁମାର ଜୟସିଂହ ଓ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ବିଡ଼ିଓ ଲିପ୍ସା ରାୟ ପେଣ୍ଠପଡା ପଞ୍ଚାୟତରେ ଥିବା କଲ୍ଯାଣ ମଣ୍ଡପ ପରିସରରେ ଅସ୍ଥାୟୀ ଭାବେ ଏମ ଏଫ ସି କୋର୍ଟ ଖୋଲାଯିବ ଓ ପରେ ସ୍ଥାୟୀ ବ୍ଯବସ୍ଥା କରାଯିବ ବୋଲି କହିଥିଲେ। ସେଥିପାଇଁ କୋର୍ଟ ରୁମ, କାର୍ଯ୍ଯାଳୟ ନିମନ୍ତେ ଆବଶ୍ଯକ ହେଉଥିବା ଗ୍ରୁହ ଅସ୍ଥାୟୀ ଭାବେ କଲ୍ୟାଣ ମଣ୍ଡପ ପରିସରରେ କରାଯିବ । ଅନ୍ଯମାନଙ୍କ ମଧ୍ଯରେ ସୁଶାନ୍ତ କୁମାର ରଥ, ଅମ୍ବିକା ଶଙ୍କର ମହାପାତ୍ର,ପ୍ରଭାକର ମିଶ୍ର,ସନ୍ତୋଷ ବେହେରା, ଅଜିତ କୁମାର ଚୌଧୁରୀ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ । ଦୀର୍ଘଦିନ ଧରି ସତ୍ଯବାଦୀରେ ଏମ ଏଫ ସି କୋର୍ଟ ଖୋଲିବାକୁ ଦାବି ହୋଇଆସୁଥିଲା । ତାହା ଆଜି ପୁରଣ ହୋଇଥିବାରୁ ଆଇନଜୀବୀ ମାନେ ଖୁସି ବ୍ଯକ୍ତ କରିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୩/୧/୨୦୨୪-----୯,୨୦ Sakhigopal News,3/1/2024