>>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ସ୍ୱାମୀ ମୁର୍ତ୍ୟୁ ପରେ ସ୍ତ୍ରୀ ର ଆତ୍ମହତ୍ୟା



    ଜଟଣୀ -- ନୂତନ ବର୍ଷର ପ୍ରଥମ ଦିନରେ ଏକ ଦୁଖଦଃ ଘଟଣା ଘଟିଛି l ସ୍ଥାନୀୟ ନୂଆଗାଁ ଗାନ୍ଧୀ ନଗର ନିବାସୀ ସଦାଶିବ ଜେନାଙ୍କ ବାସଗୃହରେ ସାନ ଝିଅ ଆତ୍ମହତ୍ୟା କରିଛନ୍ତି l ସୂଚନା ମୁତାବକ ଆଜି ସକାଳ ସମୟରେ ନିଦରୁ ଉଠି ନିଜର ନିତ୍ୟକର୍ମ ସାରିବା ବାହାନାରେ ଯାଇ ଘର ଭିତରେ ଥିବା ସିଲିଂ ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ l ଏହି ଘଟଣା ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ଜଟଣୀ ପୋଲିସକୁ ଖବର ଦେଇଥିଲେ l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ କରି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପ୍ରଥମେ ଖୋର୍ଦ୍ଧା ଗୋଷ୍ଠୀ ସ୍ୱାସ୍ଥ୍ୟ ଜେନ୍ଦ୍ର ପରେ ପରେ ଭୁବନେଶ୍ୱର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲା l ସ୍ଥାନୀୟ ପୋଲିସ ଏକ ଅପମୁର୍ତ୍ୟୁ ମାମଲା ରୁଜୁ କରି କେସ ନଂ 1/24 ରେ ମାମଲା ଦାୟର କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ପିତା ସଦାଶିବ ଜେନା କହିବା ଅନୁଯାଇ ସାନ ଝିଅ ସୌମ୍ୟାଶ୍ରୀ ଜେନା ଗତ 2022 ମସିହା ଫେବୃଆରୀ 22 ତାରିଖରେ ସ୍ଥାନୀୟ ବଅଙ୍ଗ ନିବାସୀ  ସୁଦର୍ଶନ ସାମନ୍ତରାୟ ଙ୍କ ପୁତ୍ର ଦିଲ୍ଲୀପ ସାମନ୍ତରାୟଙ୍କ ସହ ବିବାହ ଦେଇଥିଲେ l ସେ ଜଣେ ଭଲ ଏସି ତିଆରି କାରିଗର ଥିଲେ l ବିବାହର ଦଶ ଦିନପରେ ଝିଅ ଏବଂ ପୁଅଙ୍କୁ ଆଣି ନିଜ ଘରେ ରଖିଥିଲେ l ପରିବାର ଅତି ଆନନ୍ଦରେ ସୁଖ ଦୁଃଖ ରେ କାଳାତି ପାତ କରୁଥିଲେ l ହଠାତ ଏକ ଚଡକ ଆସି ପଡିଲା l 2023 ମସିହା ଡିସେମ୍ବର 29 ତାରିଖରେ ମଧ୍ୟାହ୍ନ ସମୟର ଏସି ମରାମତି କାର୍ଯ୍ୟରେ ସହସାଥି ସହ ଭୁବନେଶ୍ୱରର ଏକ ଘରୋଇ ଅନୁଷ୍ଠାନକୁ ଯାଇଥିଲେ l କାର୍ଯ୍ୟ କରୁଥିବା ସମୟରେ ଏସି କମ୍ପ୍ରେସର ଫାଟି ଯିବାରୁ ଦୈବ ଦୁର୍ଘଟଣା ପାଇଁ ଜୀବନ ଚାଲିଯାଇଥିଲା l ଏହି ମୁର୍ତ୍ୟୁ ଖବର ପାଇଲା ପରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ମାନସିକ ସ୍ଥିତି ବିଗିଡି ଯାଇଥିଲା l ଘରର ପିତା ଏବଂ ଦୁଇ ଭଉଣୀ ବୁଝାସୁଝା ପରେ ସବୁ ଠିକ ଥିଲା l କିନ୍ତୁ ଆଜି ସକାଳ ସମୟରେ ଏପରି ଘଟଣା ପରେ ପରିବାର ଲୋକେ ହତବାକ ହୋଇଯାଇଥିଲେ l ବିବାହର ଆଜକୁ ଏକ ବର୍ଷ ଦଶ ମାସ ହୋଇଥିବା ସୂଚନା ପ୍ରାପ୍ତ ହୋଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୧/୨୦୨୪---୮,୨୫ Sakhigopal News,1/1/2024

    Blog Archive

    Popular Posts