Breaking News

ରାଜ୍ୟ ସ୍ତରୀୟ ସାରସ୍ୱତ ସଭା ଓ କବିତା ଆସର ସହିତ ପୁସ୍ତକ ଉନ୍ମୋଚିତ




ସାକ୍ଷୀଗୋପାଳ----- ଜୟପୁର ଗ୍ରାମ ପଞ୍ଚାୟତର ମଠସାହିର ଖଜୁରୀଶ୍ୱେରଙ୍କ ନିକଟରେ ନବ ବର୍ଷ ଅବସରରେ ରାଜ୍ୟ ସ୍ତରୀୟ ସାରସ୍ୱତ ସଭା ଓ କବିତା ଆସର ସହିତ ଫକୀର ଚରଣ ପାଢ଼ୀଙ୍କ ରଚିତ ବାସ୍ତୁ, ଜ୍ୟୋତିଷ ଓ ଅନ୍ୟାନ୍ୟ ପ୍ରବନ୍ଧ ପୁସ୍ତକ  ଅତିଥି ଓ କବି କବୟତ୍ରୀ ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠିତ ସାରସ୍ୱତ ସଭାରେ ପ୍ରଧ୍ୟାପିକା ପିୟମ୍ବଦା ଦାସ, ପ୍ରଧ୍ୟାପକ ବୃନ୍ଦାବନ ରଥ, ବଂଶୀ ବାଦକ ତଥା କବି ବ୍ରଜକିଶୋର ମହାପାତ୍ର ଓ ସାହି ସଂସ୍ଥାନର ସମ୍ପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକ ବନ୍ଦନା ଭାଷାସାହିତ୍ୟ କଳା ଓ ସଂସ୍କୃତି ପରିଷଦର ସମ୍ପାଦକ ଶ୍ରୀ ରବିନ୍ଦ୍ର ନାଥ ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସୁଚନା ଦେବା ସହ କାଳଜୟୀ କବିତା ଲେଖିବା ପାଇଁ ଉପସ୍ଥିତ ଥିବା କବି କବୟତ୍ରୀ ମାନଙ୍କୁ ନିବେଦନ କରିଥିଲେ । ଯେଉଁ କବିତା ଜନସାଧାରଣଙ୍କ ହିତରେ ଆସିବ ବା ପିଲା ମାନେ ମନେରଖିବେ । ରାଜ୍ୟ ଓ ଦେଶର ଏକତା ରକ୍ଷା କରିବାରେ ସହଯୋଗ କରିବ ବୋଲି ମତ ପ୍ରକାଶ କରିଥିଲେ । ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ରୁ ଅଧିକ କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ । କବି ରଞ୍ଜନ କୁମାର ମିଶ୍ର, ମାନସ ରଞ୍ଜନ ପଟ୍ଟନାୟକ, ବିଜୟ କୁମାର ପରିଡା ହୃଷିକେସ ପାଢ଼ୀଙ୍କ ସହିତ କବୟତ୍ରୀ ବିଶାଖା ଦେବୀ, ଅନୁସୟା ମିଶ୍ର, ସୁନନ୍ଦା ଦେବୀ, ଡ.ଜଗଦାତ୍ରୀ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ସୁଜାତା ଦେବୀ ପରିଚାଳନା କରିଥିଲେ। ବନ୍ଦନା ଭାଷାସାହିତ୍ୟ କଳା ଓ ସଂସ୍କୃତି ପରିଷଦର ସଭାନେତ୍ରୀ ବନ୍ଦନା ମହାପାତ୍ର ଧନ୍ୟବାଦ ଦେଇଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧/୨୦୨୪---୭,୨୫   Sakhigopal News,1/1/2024

Blog Archive

Popular Posts