ରାସ୍ତାରେ ଜମି ରହୁଛି ଆବର୍ଜନା ଓ ବର୍ଷାଜଳ; ଚଳାଚଳରେ ବ୍ୟାଘାତ
The land is paved with garbage and rainwater; Traffic was light at this time of night.
ଓଡ଼ଗାଁ:- ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ସିନେମାହଲ ଛକ ନିକଟରେ ଟିକିଏ ବର୍ଷାରେ ରାସ୍ତା ଉପରେ ବର୍ଷାଜଳ ଲହରୀ ଭାଙ୍ଗୁଛି। କିନ୍ତୁ ବର୍ଷାପରେ ମଧ୍ଯ ବର୍ଷାଜଳ ରାସ୍ତାର ମଝିଯାଏଁ ଆସି ଜମିରହୁଛି । ଓଡ଼ଗାଁ ଏନ୍ଏସି ର ଏହି ସ୍ଥାନ ୩ଟି ରାସ୍ତାର ସଂଯୋଗସ୍ଥଳ ହୋଇଥିବାରୁ ଏହା ଏକ ଜନଗହଳି ଏବଂ ମୁଖ୍ଯ ଛକ ଭାବେ ଜଣାଶୁଣା । କିନ୍ତୁ ରାସ୍ତାର ମଝିଯାଏଁ ଆବର୍ଜନା ବର୍ଷାଜଳ ଜମି ରହିବା ଫଳରେ ଜନସାଧାରଣଙ୍କ ଯାତାୟାତ ଜନିତ ଅସୁବିଧା ହୋଇଥାଏ। ଅଳିଆ ଆବର୍ଜ୍ଜନା ଜମି ରହିବା ସହ ବର୍ଷା ପାଣି ଜମି ରହିବା ଯୋଗୁ ସେଠାରୁ ଦୁର୍ଗନ୍ଧ ବାହାରୁଛି। ଫଳରେ ଜନସାଧାରଣରେ ଏଥିପ୍ରତି ଜନଅସନ୍ତୋଷ ପ୍ରକାଶ ପାଇଛି।
ଏଠାରେ ସୂଚନା ଥାଉକି ଗତବର୍ଷ ବର୍ଷାଦିନେ ଏହି ସ୍ଥାନରେ ଲଗାଣ ବର୍ଷାରେ ରାସ୍ତା ଉପରେ ବର୍ଷାଜଳ ଲହଡ଼ି ମାରିବା ସହ ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା। ଏହା ବିଭିନ୍ନ ଗଣମାଧ୍ୟମରେ ସେତେବେଳେ ପ୍ରକାଶିତ ହୋଇଥିଲା। କିନ୍ତୁ ଏନ୍ଏସି କର୍ତୁପକ୍ଷ ଚୁପ୍ ବସି ରହିଥିଲେ। ବର୍ତ୍ତମାନ ମଧ୍ଯ ଠିକ୍ ସମାନ ଅବସ୍ଥା , ତଥାପି ମଧ୍ଯ ଏନ୍ଏସି କର୍ତ୍ତୃପକ୍ଷ ଚୁପ୍ ବସିଛନ୍ତି। ଦେଖିବାକୁ ବାକି ରହିଲା ଉକ୍ତ ସମସ୍ୟାର ସ୍ଥାୟୀ ପ୍ରତିକାର କେବେ ହେବ ନା ଏହି ସମସ୍ୟା ଲାଗି ରହିବ ?।
ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ
ତା:- ୧୬/୭/୨୦୨୨---- ୫,୨୫ Sakhigopal News,16/7/2022