ମାଣିଆବନ୍ଧ ମେଡିକାଲକୁ ଓ ମହୁଲିଆ ପଞ୍ଚାୟତକୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି
The main road connecting Maniabandha Medical and Mahulia Panchayat is now a death trap.
କଟକ---- କଟକ ଜିଲା ବଡମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ମେଡିକାଲକୁ ଓ ମହୁଲିଆ ପଞ୍ଚାୟତକୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏପରିକି ରାସ୍ତା ଉପରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଅଂଚଳ ବାସୀ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ବଡମ୍ବା ପ୍ରଶାସନିକ ଅଧିକାରୀମାନେ ଦେଖି ଜାଣିଶୁଣି ଆଖି ବୁଜି ଦେଇଥିବା ଲୋକମାନେ କହିଛନ୍ତି । ମାଣିଆ ବନ୍ଧ ମେଡିକାଲ କୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାରେ ମଇଳା ଓ ଅଳିଆଆବର୍ଜନା ପୂର୍ଣ ପାଣି ଜମି ପୋଖରୀ ସୃଷ୍ଟି ହୋଇଥିବାରୁ ସଂକ୍ରମଣ ଜନିତ ବିଭିନ୍ନପ୍ରକାରର ରୋଗ ସୃଷ୍ଟି ହୋଇଛି ବୋଲି ଅଞ୍ଚଳ ବାସୀ କହନ୍ତି । ସ୍ଥାନୀୟ ଲୋକପ୍ରତିନିଧି ମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାପଡିଛି।କେତେକ ସମୟରେ ଯାତାୟତ କରୁଥିବା ରୋଗୀ ,ଛାତ୍ରଛାତ୍ରୀ ଓ ବାଟୋଇ ମାନେ ପଡି ଖଣ୍ଡିଆ ଖାବରା ହେଉଥିବା ଜଣାପଡିଛି। ଯଥାଶୀଘ୍ର ଏହି ମୁଖ୍ୟ ରାସ୍ତାରୁ ଜଳନିଷ୍କାସନ କରାନଗଲେ ଆଗକୁ ବହୁ ଅସୁବିଧାହେବ । ଆଇନିଜୀବୀ ତଥା ସମାଜସେବୀ ଅଜୟ ଚୌଧୁରୀ ତୁରନ୍ତ ଏ ରାସ୍ତା କାମ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି।

କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୪/୭/୨୦୨୨----୧୦,୪୦ Sakhigopal News,14/7/2022