Breaking News

ମହିଳାଙ୍କୁ ଏସିଡ ମାଡ଼

Woman beaten with acid
 କଟକ---  ଜେମାଦେଈପୁର ଅଞ୍ଚଳର ଜଣେ ମହିଳାଙ୍କୁ ଏସିଡ ମାଡ଼ ହୋଇଛି ।ମହିଳାଙ୍କୁ ତିଗିରିଆ ପୋଲିସ ଉଦ୍ଧାର କରି ତିଗିରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଅବସ୍ଥା ଗୁରୁତର ଥିବାରୁ 108 ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ।ମହିଳାଙ୍କ ନାମ ରିନା ସାହୁ, ବୟସ 36,ତେବେ ଗତକାଲି ରାତି ପ୍ରାୟ ୪ ଟା ସମୟରେ ମହିଳାଙ୍କୁ ଏସିଡ ମାଡ ହୋଇଥିବା ଜଣାପଡିଛି।କିଏ ଏସିଡ ମାଡ କରିଛି କାହିଁକି କରିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ଉକ୍ତ ମହିଳା ଜଣଙ୍କ ଲକ୍ଷାଧିକ ଟଙ୍କାର ଋଣ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ରୁ କରିଥିଲେ । ଫଳରେ ଆଜି ତାଙ୍କର ଏକ ତିନି ମହଲା ଘର ବିକ୍ରି ହୋଇଥାନ୍ତା ।ତା ପୂର୍ବରୁ ଏଭଳି ଘଟଣା ଘଟିଛି ପୋଲିସ ତଦନ୍ତ ଜାରି ରଖିଛି।  କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୪/୭/୨୦୨୨---୧୦,୩୦  Sakhigopal News ,14/7/2022

Blog Archive

Popular Posts