Breaking News

ଆହତ ହରିଣ ଉଧାର , ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ିଲା ବନବିଭାଗ

The injured deer were rescued and released by the forest department after treatment

ଭଞ୍ଜନଗର – ଆହତ ହରିଣ କୁ ଉଧାର କଲା ବନବିଭାଗ ।  ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ , କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ଫରେଷ୍ଟ ସେକ୍ସନ ର ବୁଢାକେନ୍ଦୁ ଜଙ୍ଗଲରୁ ନିକଟସ୍ଥ ପଳାସପଲ୍ଲୀ ଗାଁ କୁ ପଶିଆସିଥିଲା  ଏକ ହରିଣ ।  ବାଟବଣା ହୋଇ ଗାଁ ପାଖରେ ଆହତ ଅବସ୍ଥାରେ ବୁଲୁଥିଲା । ସ୍ଥାନୀୟ ଲୋକେ ଦେଖି ତୁରନ୍ତ ବନବିଭାଗ କୁ ଖବର ଦେଇଥିଲେ ।  ଗାଙ୍ଗପୁର ଫରେଷ୍ଟର ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣ କୁ ଉଧାର କରିଥିଲେ ।  ପ୍ରାଣିଧନ ଚିକିତ୍ସକ ଙ୍କ ଦ୍ବାରା ଆହତ ହରିଣର ଚିକିତ୍ସା କରାଯାଇଥିଲା ।ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଉଧାର ହରିଣ ଟି କୁଟୁରା ଜାତୀୟ ବନ୍ୟପ୍ରାଣୀ ବୋଲି କୁହାଯାଉଛି । ବନ୍ୟପ୍ରାଣୀ ଙ୍କ ସୁରକ୍ଷା ଦିଗରେ  ସ୍ଥାନୀୟ ଲୋକେ ସଚେତନ ଥିବାବେଳେ , ଆହତ ହରିଣକୁ ବିପଦ ମୁହଁକୁ ନଠେଲି , ତାହାର ସୁରକ୍ଷା ଦିଗରେ ଗୁରୁତ୍ବ ଦେଇଥିଲେ ସ୍ଥାନୀୟ ଲୋକେ ।  ବନ୍ୟପ୍ରାଣୀ ଙ୍କ ପ୍ରତି ସ୍ଥାନୀୟ ଜନସାଧାରଣ ଓ ବନବିଭାଗ ର ଏଭଳି ମନୋଭାବ ରହିଲେ , ବନ୍ୟଜନ୍ତୁ ସୁରକ୍ଷିତ ରହିପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୭/୨୦୨୨---୧୦,୧୦  Sakhigopal News,10/7/2022

Blog Archive

Popular Posts