Breaking News

ମଧବରିଡା ଠାରେ ନିଆରା ଢଙ୍ଗରେ ପାଳିତ ହେଲା ରଥଯାତ୍ରା , ରଥ ବଦଳରେ ଅଟୋରେ

At Madhavarida, the procession was celebrated in a Niara style, in an auto instead of a chariot

ଭଞ୍ଜନଗର - ନିଆରା ଢଙ୍ଗରେ ରଥଯାତ୍ରା ପାଳିତ । ରଥ ନଥିଲା, କି’ ରଥଟଣା ବି’ ନଥିଲା । ସଜାହୋଇଥିବା ଏକ ଅଟୋରେ , ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବସାଇ ଘଣ୍ଟ-ମୃଦଙ୍ଗ ଓ ହରିବୋଲ ଧ୍ୱନିରେ ଗାଁ ପରିକ୍ରମା କରିଥିଲା । ଏହି ରଥଯାତ୍ରା ଆୟୋଜନ କରିଥିଲେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ , ମାଧବରିଡା ଗ୍ରାମବାସୀ ମାନେ।  
 ମାଧବରିଡା ଗାଁ ସ୍ଥିତ ବଡନଦୀ ଆନିକଟ୍ ନିକଟରେ ରହିଛି ତ୍ରିବେଣୀ ଆଶ୍ରମ । ଗତ ୨୮ ବର୍ଷ ତଳେ, ଜଣେ ଭକ୍ତ , ବଡନଦୀରୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହକୁ ପାଇଥିଲେ । ଭକ୍ତ ଜଣକ କିଛିଦିନ ନିଜ ଘରେ ପୂଜା କରିବା ପରେ , ପରବର୍ତ୍ତୀ ସମୟରେ ତ୍ରିବେଣୀ ଆଶ୍ରମ ରେ ସ୍ଥାପନ କରିଥିଲେ । କିଛି ଭକ୍ତଙ୍କ ସହଯୋଗରେ , ସେଠାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା । କିଛି ସାଧୁସନ୍ଥ, ଏଠାରେ ରହି ମନ୍ଦିର ପରିଚାଳନା କଲେ । ପ୍ରତିଦିନ ରୀତିନୀତି ଅନୁସାରେ ଶ୍ରୀଜଗନ୍ନାଥ ଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି । ତେବେ କାଠ ଓ ଅର୍ଥାଭାବ ଯୋଗୁଁ ରଥ ଟିଏ ନିର୍ମାଣ ନହୋଇପାରିବା ଯୋଗୁଁ , ପ୍ରଥମେ ଶଗଡ଼ରେ ରଥଯାତ୍ରା ଆୟୋଜନ ହେଉଥିଲା । ଏବେ ପୁଣି ଶଗଡ଼ ନଥିବାରୁ, ବାଧ୍ୟହୋଇ ଅଟୋରେ ରଥଯାତ୍ରା କରାଯାଉଥିବା କହିଛନ୍ତି ମନ୍ଦିର ପରିଚାଳନା କରୁଥିବା ସନ୍ୟାସୀ ଚିଦାନନ୍ଦ ଦାସ , ଭକ୍ତ ସ୍ବସ୍ତି ସୁନ୍ଦର ସିୟ , ନାରାୟଣ ମହାନ୍ତି ଓ ପୂଜକ ପ୍ରମୋଦ କୁମାର ପତି ପ୍ରମୁଖ କହିଛନ୍ତି । କେବଳ ସେତିକି ନୁହେଁ , ରଥଯାତ୍ରା ସମୟରେ  ଶ୍ରୀଜଗନ୍ନାଥଙ୍କ ପରିକ୍ରମା ସହ , ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଠାକୁରଙ୍କ ପ୍ରତିମା କୁ ବିମାନ ରେ ବିଜେ କରାଯାଇ ,ରାତି ପର୍ଯ୍ୟନ୍ତ ଗାଁ ପରିକ୍ରମା କରିଥିଲେ ଭକ୍ତ ମାନେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୭/୨୦୨୨----୮,୪୫   Sakhigopal News,2/7/2022

Blog Archive

Popular Posts