Breaking News

ପରହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଶିବିର

Health Awareness Camp at Parhat High School


ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପରହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଦିନ ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ତତ୍ୱବଧାନରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ ହୋଇଥିଲା । ଶିକ୍ଷକ ଶ୍ରୀ ପ୍ରଧାନ ମହାମାରୀ କରୋନା ରୋଗଠାରୁ କିପରି ଦୁରେଇ ନିଜେ ରହିବା ସହ ନିଜ ପରିବାର ଓ ନିଜ ଗ୍ରାମକୁ ମହାମାରୀ ଠାରୁ ବଞ୍ଚାଇ ରଖିବେ ସେ ସମ୍ପର୍କରେ ସଚେତନତା କରାଇବା ସହ ନିଜ ସ୍ୱାସ୍ଥ୍ୟର ପ୍ରଥମେ ଯନ୍‌ô ନେବା ପ୍ରଥମ ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଶେଷ କରି ମୁହଁରେ ଏବେ ଠାରୁ ମାସ୍କ ବ୍ୟବହାର କରିବା , ଖାଇବା ଆଗରୁ ହାତ ସାବୁନରେ ଧୋଇବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀ ସରୁଜବାଳା ହୋତାଯୋଗଦେଇ ଆମର ସ୍ୱାସ୍ଥ୍ୟ ହିଁ ସମ୍ପଦ କହିବା ସହ ସ୍ୱସ୍ଥ୍ୟର ସଠିକ ଯନ୍‌ô ନେବାକୁ ସଚେତନତା କରାଇଥିଲେ ।  ଅନୁଷ୍ଠିତ ସଭାରେ ଶିକ୍ଷକ ପ୍ରଫୁଲ କୁମାର ମୁଦୁଲି, ଶିକ୍ଷୟତ୍ରୀ ନିରୋଜିନ୍ ସାହୁ, ସୌଦାମିନି ମୁଦୁଲି, ଆଶାକର୍ମୀ ଉନ୍ଦୁଲତା ପ୍ରଧାନ, ଅଙ୍କନୱାଡି କର୍ମୀ ପ୍ରତିଭା ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୭/୨୦୨୨---୫,୩୦    

 Sakhigopal News , 13/7/2022

Blog Archive

Popular Posts