Breaking News

ଟିକାବାଲି 5ଟି ହାଇସ୍କୁଲରେ ବର୍ଷା ରେ ଭିଜି ଭିଜି ପିଲାମାନେ ଖାଉଛନ୍ତି ମଧ୍ୟାହ୍ନ ଭୋଜନ

In Tikabali 5 High Schools, children are having lunch in the rainy season
 କନ୍ଧମାଳ --ସରକାରୀ 5ଟି (ମୋ ସରକାର)ହାଇସ୍କୁଲ ରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି |ସୂଚନା ଅନୁସାରେ ସରକାର ପିଲାଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି 5 ଟି ଯୋଜନାରେ । ସ୍କୁଲର ସୌନ୍ଦର୍ଯ୍ୟ କରଣ କରିବା ସହ ସ୍ମାର୍ଟ ସ୍କୁଲ, ସ୍ମାର୍ଟ କ୍ଲାସରୁମ, ସ୍କୁଲ ଗାର୍ଡେନ ଇତ୍ୟାଦି ନିର୍ମାଣ କଲେ କିନ୍ତୁ ଟିକାବାଲି ସରକାରୀ ହାଇସ୍କୁଲ ରେ ପିଲା ମଧ୍ୟାହ୍ନ ଭୋଜନ ରୋଷେଇ କିମ୍ବା ଖାଇବା ପାଇଁ କୌଣସି ବ୍ୟବସ୍ଥା କରିନାଁହାନ୍ତି । ଫଳରେ ପିଲାମାନେ ବର୍ଷା ରେ ଭିଜି ଭିଜି ଖାଉଥିବା ଅଭିଭାବକ ମାନଙ୍କ ର ଅଭିଯୋଗ ଆସିଛି । ସ୍ଥାନୀୟ ଅଭିଯୋଗ କାରୀ ସ୍କୁଲ ର ପ୍ରଧାନଶିକ୍ଷକ ଙ୍କୁ ଏନେଇ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇ ପାରୁନାହିଁ ।ଅଭିଭାବକ ମାନେ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ବାରଣ୍ଡା ରେ ଖାଦ୍ୟ ଦେବାକୁ କହିବାରୁ ଶିକ୍ଷକ ସଫା ସୁତୁରା କରିବାକୁ କେହି ନଥିବା କହି ଫାଙ୍କି ଦେଇଛନ୍ତି । ପ୍ରଧାନ ଶିକ୍ଷକ ସ୍ଥାନୀୟ କିଛି ପ୍ରଭାବଶାଳୀ ଲୋକ ମାନଙ୍କୁ ହାତରେ ରଖି କାହାରି  କଥାକୁ ଖାତିରି କରୁ ନଥିବା ମଧ୍ୟ ଅଭିଯୋଗ ହେଉଛି ।  ଏନେଇ ସ୍ଥାନୀୟ ଅଭିଭାବକ ଏବଂ ସମାଜ ସେବୀ ମାନେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା ସମାଜ ସେବୀ କାନ୍ହୁ ଚରଣ ନାୟକ କହିଛନ୍ତି । ଏହି କମ ଦିନ ମଧ୍ୟରେ ଏହାର ଏକ ସ୍ଥାୟୀ ସମାଧାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି । ନଚେତ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ହେବ ବୋଲି ଜଣାପଡିଛି।


କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୪/୭/୨୦୨୨---୧୦,୧୦ Sakhigopal News,14/7/2022

Blog Archive

Popular Posts