Breaking News

ସାଇ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ

Guru Purnami is celebrated at the Sai Temple


ସାକ୍ଷୀଗୋପାଳ------ ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକ ସ୍ଥିତ ସାଇମନ୍ଦିରରେ ବହୁ ଆଡମ୍ବରରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ସକାଳୁ ଠାକୁରଙ୍କ ସକାଳ ଆରତୀ ଓ ନୀତିକାନ୍ତି କରାଯାଇଥିଲା । ପରେ ପରେ ସ୍ରୋତିୟୀ ବାହ୍ମଣଙ୍କ ଦ୍ୱାରା ଅଭିମନ୍ତ୍ରିତ ସୁବାଷିତ ଜଳରେ ସାଇବାବାଙ୍କୁ ସ୍ନାନ କରାଯାଇଥିଲା । ନୂତନବସ୍ତ୍ର ପରିଧାନ ପରେ ଫୁଲମାଳରେ ସଜା ଯାଇଥିଲା । ଏହି ଅବସରରେ ଏକ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ମଧ୍ୟାହ୍ନରେ ସାଇବାବାଙ୍କୁ ଶଙ୍କୁଡି ଭୋଗ ଲାଗି କରାଯାଇଥିଲା । ପରେ ପରେ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ମନ୍ଦିରର ପୂଜକ ନିରଞ୍ଜନ ମିଶ୍ର ପୂଜା ନୀତିକାନ୍ତି ଦାୟତ୍ୱ ତୁଲାଇଥିବା ବେଳେ ଟୁନା ପାତ୍‌୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୭/୨୦୨୨---୫,୩୦  

  Sakhigopal News, 13/7/2022

Blog Archive

Popular Posts