ଅଟୋ ଭଡ଼ା କୁ କେନ୍ଦ୍ରକରି ଗଣ୍ଡଗୋଳ , ଲୁହାଛଡରେ ଆକ୍ରମଣ , ଜଣେ ଆହତ
Attacks and an attack in chaand, at the chance, in the loroshes, an injured
ଭଞ୍ଜନଗର---ଅଟୋ ଭଡା କୁ କେନ୍ଦ୍ରକରି ଦୁଇ ଅଟୋ ଡ୍ରାଇଭର ମଧ୍ୟରେ ଗଣ୍ଡଗୋଳ । ଲୁହାଛଡ଼ ରେ ଆକ୍ରମଣ ଯୋଗୁଁ ଜଣେ ଅଟୋ ଡ୍ରାଇଭର ଆହତ । ଏନେଇ ଦୁଇ ଆକ୍ରମଣକାରୀ ଙ୍କୁ ଥାନା ରେ ଅଟକ ରଖିଛି ପୋଲିସ୍ । ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ନିକଟରେ ଘଟିଛି ଏଭଳି ଘଟଣା । ଆହତ ଅଟୋ ଡ୍ରାଇଭର ଜଣକ ହରପ୍ରସାଦ ଗୈାଡ । ଆହତ ଡ୍ରାଇଭର ଜଣକ , ଚିକିତ୍ସା ପାଇଁ ନିକଟସ୍ଥ ଗୋବରା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣ କରିଥିବା ଡ଼୍ରାଇଭର ସନ୍ତୋଷ ସାହୁ ଏବଂ ଦୀପକ ସାହୁ ଙ୍କୁ ଗାଙ୍ଗପୁର ପୋଲିସ ଅଟକ ରଖିଛି । ଖବର ଲେଖା ହେବା ବେଳକୁ ଥାନାରେ ମାମଲା ରୁଜୁ ହୋଇନଥିଲା । ମାମଲା ରୁଜୁ ହେବାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି , ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୭/୨୦୨୨----୧୦,୧୦ Sakhigopal News,12/7/2022