ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା;୫ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ
Regional level science fair; 5 projects selected at the district level
ସାକ୍ଷୀଗୋପାଳ----- ସତ୍ୟବାଦୀ ମଣ୍ଡଳସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ମେଳା ଆରମ୍ଭରୁ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଓ ପଞ୍ଚସଖା ମଣ୍ଡପରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା । ୧୫୩ଗୋଟି ହାଇସ୍କୁଲ, ପ୍ରାଥମିକ , ଉଚ୍ଚ ପ୍ରାଥମିକ ଓ ଓଡିଶା ଆଦର୍ଶ ବିଦ୍ୟାଳୟରୁ ୭୧ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଏଥି ମଧ୍ୟରୁ ୫ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି । ସେମାନେ ହେଲେ ଓଡିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ସାଇ ସୋହମ ପ୍ରଧାନ, ବରାଳ ଅପ୍ରଗେଡଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ଶ୍ରେଣୀର ଛାତ୍ର ସତ୍ୟରଞ୍ଜନ ସେଠୀ, ପରହାଟ ଅପ୍ରଗେଡଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞା ପରମିତା ପ୍ରଧାନ, ବୀରଗୋବିନ୍ଦପୁର ନୋଡାଲ ପ୍ରାଥମିକ ବିଦ୍ୟାଳୟର ୭ମ ଶ୍ରେଣୀର ଛାତ ଗୁରୁ ପ୍ରସାଦ ମିଶ୍ର ଓ ସତ୍ୟବାଦୀ ନୋଡାଲ ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ର ଶୁଭମ ଦାଶ । ବିଜ୍ଞାନ ମେଳାକୁ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ କହିଥିଲେ ବିଜ୍ଞାନ ମେଳା ପ୍ରତି ବା ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀ ମାନଙ୍କର ନିଜର ଆତ୍ମବିଶ୍ୱାସ ରହିଲେ ସେମାନେ ନିଶ୍ଚୟ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ମୁଖ୍ୟବକ୍ତା ଭାବେ ପିପିଲି କଲେଜର ରାସାୟନିକ ବିଭାଗର ପ୍ରଫେସର ଡ.ଶରତ ଚନ୍ଦ୍ର ଦାସ ଯୋଗ ଦେଇ କହିଥିଲେ ବିଜ୍ଞାନ ମେଳା ହେବାର ଚିଠି ପାଇଲେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯେ କୌଣସି ଗୋଟିଏ ପ୍ରକଳ୍ପ ତିଆରି କରି ପିଲାକୁ ଘୋଷାଇ ବିଜ୍ଞାନ ମେଳାରେ ଭାଗ ନେଇଥାନ୍ତି । ତା ନକରି ପିଲା ମାନଙ୍କର ମନକୁ ଜାଣି ତାଙ୍କ କଥା ଅନୁସାରେ ବିଜ୍ଞାନ ପ୍ରକଳ୍ପ ତିଆରି କରିବା ଦରକାର ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ ବିଜ୍ଞାନର ଉପକାରିତା ସମ୍ପର୍କେ ମତ ରଖିଥଲେ । ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ୫ଗୋଟି ପ୍ରକଳ୍ନର ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ସହ କପ ପ୍ରଦାନ କରିଥିଲେ । ମଣ୍ଡଳ ଶିକ୍ଷା ଅଧିକାରୀ ଭବମ ପ୍ରଧାନ ସଭାରେ ସଭାପତିତ୍ୱ କରିଥିଲେ । ଶିକ୍ଷକ ବିଜୟ କୁମାର ପରିଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ସତ୍ୟବାଦୀ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ । ସମସ୍ତ ସିଆରସିସି ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୪/୨୦୨୨---୬୪୦
Sakhigopal News, 9/4/2022