ଲେପ୍ରା ସୋସାଇଟି ପକ୍ଷରୁ ଫାଲେରିଆ ରୋଗୀ ଓ ସେମାନଙ୍କ ପିଲା ମାନଙ୍କୁ କିଟ ବଣ୍ଟନ
Distribution of kits to patients with falaria and their children by the Lopra Society
ସାକ୍ଷୀଗୋପାଳ---- ଲେପ୍ରା ସୋସାଇଟି ପୁରୀଙ୍କ ପକ୍ଷରୁ କହ୍ନେଇବିଦ୍ୟାଧରପୁର ପଞ୍ଚାୟତର ଶିରୁଳି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅପରାହ୍ନରେ ଫାଲେରିଆ ରୋଗୀ ଓ ତାଙ୍କ ପିଲା ମାନଙ୍କୁ ଶିକ୍ଷା କିଟ ବଣ୍ଟନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ୬ ଜଣ ପୁଅଝିଅଙ୍କୁ ଶିକ୍ଷା କିଟ ପ୍ରଦାନକରାଯାଇଛି । ସେଥିରେ ସ୍କୁଲ ବ୍ୟାଗ, ଖାତା ୨ଟି, ଜ୍ୟାମିତିବକ୍ସ ଓ ପେନ ରହିଛି । ସେହିପରି ୨୩ ଜଣଙ୍କୁ ସେଲଫ କେୟାର କିଟ ପ୍ରଦାନ କରାଯାଇଛି । ସେଥିରେ ସାବୁନ, ନହିଆତେଲ, ଡେଟ. ମେଡିସିନ ଓ ଗୋଡ ପୋଛିବା ପାଇଁ ଟାଉଳ ରହିଛି । ସେହିପରି ପି,ପି, ଇ କିଟ ୧୨ ଜଣଙ୍କୁ ପ୍ରଦାନ କରାଯାଇଛି । ସେଥିରେ ସାନିଟାଇଜର, ହ୍ୟାଣ୍ଡୱାସ, ଡେଟଲ ସାବୁଲ୨ଟି ଓ ଏନ-୯୫ର ମାସ୍କ ୪ଟା ରହିଛି । ଏହା ବ୍ୟତିତ୍ୟ ଫାଲେରିଆ ରୋଗୀ ମାନଙ୍କର ଗୋଡ ମାପ କରାଯାଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚପଲ ଯୋଗାଇଦିଆଯିବ ବୋଲି ବ୍ଳକ ସ୍ୱାସ୍ଥ୍ୟା ସଂଯୋଜିକା ସସ୍ମିତା ବରାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ତ୍ରିଲୋତ୍ତମା ମଲିକ ସଭାପତିତ୍ୱ କରିଥିବା ବେଳେ ସାବିତ୍ରି ପ୍ରଧାନ, କୁନି ନାୟକ ଓ ମମତା ନାୟକ ଆଶାକର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୮/୩/୨୦୨୨---୬,୩୫
Sakhigopal News, 8/3/2022