ରବିରେ ଧାନ , ବିରି, ମୁଗ, ଚିନାବାଦାମ ବିକ୍ରୟ ପାଇଁ ନାମପଞ୍ଜୀକରଣ ଆରମ୍ଭ
Registration for the sale of rice, beans, mung beans and peanuts begins on Sunday
ସାକ୍ଷୀଗୋପାଳ---- ରାଜ୍ୟ ସରକାର ରବି ସିଜିନରେ ଚାଷୀ ମାନଙ୍କ ଠାରୁ ଧାନ, ଡାଲି ଜାତୀୟ ମୁଗ, ବିରି ଓ ଚିନାବାଦାମ ଆଦି ମଣ୍ଡିରେ କିଣିବା ପାଇଁ ଚାଷୀ ମାନେ ନାମପଞ୍ଜୀକରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଚାଷୀ ମାନେ ବିଗତ ବର୍ଷ ପରି ଏ ବର୍ଷ ମଧ୍ୟ ସେହି ନିୟମ ଅନୁସାରେ ନିଜ ନିଜର ନାମ ପଞ୍ଜୀକରଣ କରିବା ପାଇଁ କୁହାଯାଇଛି । ୧/୫/୨୦୨୨ ତାରିଖ ଠାରୁ ମଣ୍ଡି ଖୋଲିବ ୩୦/୬ରେ ଏହା ଶେଷ କରାଯିବ ବୋଲି ଜଣାପଡିଛି । ତୁରନ୍ତ ଚାଷୀ ମାନେ ନିଜ ନିଜ ପାଖ ସମବାୟ ସମିତିରେ ନାମ ପଞ୍ଜୀକରଣ କରିବା ପାଇଁ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୮/୩/୨୦୨୨---୬,୩୦
Sakhigopal News,8/3/2022