Breaking News

ବାଇକ୍ ଦୁର୍ଘଟଣା, ଜଣେ ମ୍ରୁତ ଜଣେ ଆହତ

Bike accident, one dead and one injured.


ଓଡ଼ଗାଁ:- ଓଡ଼ଗାଁ-ନୟାଗଡ ରାସ୍ତାରେ ନନ୍ଦିଘୋର ନେଳିଆ ସାହି ନିକଟରେ ଏକ ବାଇକ ଦୁର୍ଘଟଣା ରାତି ପ୍ରାୟ ୧୦ ରେ ଘଟିଛି। ଦୁର୍ଘଟଣାରେ ବାଇକ ସହ ଧକ୍କା ହୋଇ ଏକ ଇଲେକ୍ଟ୍ରି ପୋଲ ଭାଙ୍ଗିଯିବା ସହ ଏକ କଦମ୍ବ ଗଛ ଉପୁଡି ପଡିଛି। ଏହି ଦୁର୍ଘଟଣା ରେ ଜଣେ ମ୍ରୁତ୍ୟୁ ହେବା ସହ ଅନ୍ୟଜଣେ ଆହତ ହୋଇଥିବା ଜଣା ଯାଇଛି। 
            ମୃତକ ହେଲେ ଓଡ଼ଗାଁ ଏନ୍ଏସି ର ବନମାଳୀ ଦୋରାଙ୍କ ପୁଅ ରଶ୍ମି ରଞ୍ଜନ ଦୋରା(୨୫) ଓ ଅନ୍ୟ ଆହତ ଜଣଙ୍କ ହେଲେ ଓଡ଼ଗାଁ ର ବିକାଶ ମହାପାତ୍ର ଓରଫ ହାପି(୨୪)। 
                 ଦୁର୍ଘଟଣା ଖବର ପାଇଁ ଓଡ଼ଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ରଶ୍ମି ଙ୍କୁ ମ୍ରୁତ ଘୋଷଣା କରିଥିଲେ ଏବଂ ଆହତ ଅନ୍ୟ ଯୁବକ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେଉଥିବା ଜଣାଯାଇଛି। 


ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୮/୩/୨୦୨୨ ----୬,୧୦ Sakhigopal News,8/3/2022

Blog Archive

Popular Posts