Breaking News

ଆନନ୍ଦପୁର ଗ୍ରାମରେ ୩୦ ତମ ବାର୍ଷିକଅଷ୍ଟପ୍ରହରୀ ଓ ନାମଯଜ୍ଞ ଉଦଯାପିତ


 The village of Anandpur is celebrating its 30th anniversary


ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମରେ ୩୦ ବର୍ଷ ଧରି ଗ୍ରାମବାସୀଙ୍କ ସହଯୋଗରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଭାର୍ଗବୀ ନଦୀରେ ଗଙ୍ଗାପୂଜା ପରେ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଘଟ ଯଜ୍ଞ ମଣ୍ଡଚୁ ଆସିବା ପରେ ସେଠାରେ  ସ୍ଥାପନ କରାଯାଇଥିଲା । କର୍ତ୍ତା ଭାବେ ଦାମେଦର ପଣ୍ଡା କାର୍ଯ୍ୟ ତୁଳାଇଥିଲେ ।  ଗ୍ରାମର ମା ଉଗ୍ରତାରା, ତାରିଣୀ , ହାଣ୍ଡୋଳାଇ ,ରାଧାକୃଷ୍ଣ ଓ ଭାଗବତ ବାସୁଦେବଙ୍କୁ ବୈଷ୍ଣବ ଗଣେଶ ଦାସ ନିମନ୍ତ୍ରଣ କରି ଯଜ୍ଞବେଦୀକୁ ଆଣିଥିଲେ । ଯଜ୍ଞ ବଦେୀରେ ଖଇକୋରା, ପାଚିଲା କଦଳୀ ,ଛେନା. ସର , ଲବଣୀ, କାକେରା ପିଠାରସଗୋଲା ବିଭିନ୍ନ ପଳମୂଳ ଭୋଗ କରାଯାଇଥିଲା । କୁସୁମେଶ୍ୱର, ବଳପୁର, ବାଲିପୋଖରୀ, ଗୁଆଳିଗୋରଡା, ଦକ୍ଷିଣସାହି, ଘୁସୁରିଖାଲ, ବରଦାମାଳ, ବିଦ୍ୟାଧରପୁର ଗ୍ରାମର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଅପରାହ୍ନରେ ଯମୁନା ଗାଧୁଆ କରାଯାଇ ଗ୍ରାମରେ ଶାନ୍ତି ପାଣି ପକାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୨---୮,୨୫  Sakhigopal News, 6/3/2022

Blog Archive

Popular Posts