ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚ ପାଇଁ ବ୍ଳକ ସ୍ତରରେ ବିଜ୍ଞପ୍ତି ପ୍ରକାଶ
Notice issued at the block level to the Chairman, Vice-Chairman and the Deputy Sarpanch
ସାକ୍ଷୀଗୋପାଳ----- ତ୍ରିସ୍ତରୀୟ ପଞ୍ଚାୟତ ସମିତି ନିର୍ବାଚନ ସରିବା ପରେ ଏବେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଶେଷ କରି ଅଧ୍ୟକ୍ଷ ଓ ନାଏବ ସରପଞ୍ଚ ପାଇଁ ଅଙ୍କ କଷା ଚାଲିଛି । ସତ୍ୟବାଦୀ ବ୍ଳକ ୨୪ ଗୋଟି ପଞ୍ଚାୟତକୁ ନେଇ ଗଠିତ । ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୧ ତାରିଖରେ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ନେଇ ନାଏବ ସରପଞ୍ଚ ନିର୍ବାଚିତ କରାଯିବ । ଆବଶ୍ୟକ ସ୍ଥଳରେ ଭୋଟ କରାଯିବ । ୧୦ ଘଣ୍ଟିକା ଠାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ୧୨ଟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି । ତା ପରେ ପରେ ନବ ନିର୍ବାଚିତ ୱାର୍ଡ ସଭ୍ୟସଭ୍ୟା ମାନେ ଭୋଟ ଦେଇ ନାଏବ ସରପଞ୍ଚ ନିର୍ବାଚିତ କରିବେ । ସେହିପରି ୧୨ ତାରିଖ ଦିନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ୧୦.୩୦ରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବେ । ୧୧.୩୦ରୁ ୧୨.୩୦ ପ୍ରାର୍ଥୀପତ୍ର ଯାଞ୍ଚ । ଦିବା ୧ଟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।ଅପରାହ୍ନ ୧.୩୦ରୁ ୪ଟା ମଧ୍ୟରେ ଭତଦାନ ଗ୍ରହଣ କରାଯିବା ପରେ ଫଳାପଳ ଘୋଷଣା କରାଯିବ ବୋଲି ବ୍ଳକ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୨---୮,୨୫
Sakhigopal News, 6/3/2022