ପୈାର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ: ଚତୁର୍ଥ ଦିନରେ ୨୬ ଫର୍ମ ବିକ୍ରି ଓ ୫ ନାମାଙ୍କନ ଦାଖଲ
Submission of nomination papers for the election: 26 forms were sold on the fourth day and 5 nominations were submitted.
ଜଟଣୀ,---- ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୈାରାଞ୍ଚଳ ଗୁଡିକରେ ପୈାରନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବାପରେ ଜଟଣୀ ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡଗୁଡିକ ଚଳଚଞ୍ଚଳ ହୋଇ ପଡିଛି । ଚଳିତ ୨୪ ତାରିଖରେ ପୈାରନିର୍ବାଚନ ହେବାଲାଗି ଦିନଧାର୍ଯ୍ୟ କରାଯାଇଥିବା ବେଳେ ଆଜି ଚତୁର୍ଥ ଦିନରେ ୨୬ଟି ଫର୍ମ ବିକ୍ରି ହୋଇଥିବା ବେଳେ ସେଥି ମଧ୍ୟରୁ ୩ଟି ପୈାରାଧ୍ୟକ୍ଷ ଲାଗି ଏବଂ ୨୩ଟି କାଉନସିଲରପାଇଁ ବିକ୍ରୀ ହୋଇଛି । ଚତୁର୍ଥ ଦିନରେ ୫ଟି କାଉନସିଲର ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ପ୍ରଥମ ଦିନରେ ୧୩ଜଣ କାଉନସିଲର ପାଇଁ ଫର୍ମ ବିକ୍ରି ହୋଇଥିବା ବେଳେ ୨ଜଣ ପୈାରାଧ୍ୟକ୍ଷଲାଗି ଫର୍ମ କିଣିଥିଲେ । ମାତ୍ର କେହିଜଣେ ନାମାଙ୍କନ କରିନଥିଲେ । ସେହିପରି ଦ୍ୱିତୀୟ ଦିନରେ ୨୨ଜଣ କାଉନସିଲରପାଇଁ ଫର୍ମ କିଣିଥିବା ବେଳେ ଜଣେ ମାତ୍ର ପୈାରାଧ୍ୟକ୍ଷ ପାଇଁ ଫର୍ମ ନେଇଥିବା ଜଣାପଡିଛି । ତୃତୀୟ ଦିନରେ ଆଶାୟୀ ପ୍ରାର୍ଥୀମାନେ ୨୪ଫର୍ମ ନେଇଥିବା ବେଳେ ଜଣେମାତ୍ର କାଉନସିଲରଲାଗି ଫର୍ମନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟପଟେ ପୈାରାନିର୍ବାଚନଲାଗି ଆଶାୟୀ ପ୍ରାର୍ଥୀମାନେ ଦିର୍ଘ ୫ବର୍ଷଠାରୁ ଅପେକ୍ଷାରେ ରହିଛନ୍ତି । ୨୦୧୮ ସେପ୍ଟେମ୍ବର ମାସରେ ଜଟଣୀ ପୈାରାଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିଥିବା ବେଳେ ବିଗତ ୫ବର୍ଷଠାରୁ ପୈାରନିର୍ବାଚନ ହୋଇନଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୬/୩/୨୦୨୨
Sakhigopal News, 6/3/2022