ବିଜେଡିର ଜଠଣୀର ପୈାର ନିର୍ବାଚନ ପ୍ରସ୍ତୁତି: ୨୩ କାଉନସିଲର ଓ ପୈାରାଧ୍ୟକ୍ଷ ପ୍ରାର୍ଥୀ ଘୋଷଣା
BJD prepares for Jatani's pay-per-view: 23 councilors and pay-per-view candidates announced
ଜଟଣୀ--- ବିଜେଡି ପକ୍ଷରୁ ଜଟଣୀ ପୈାରାଞ୍ଚଳର ୨୩ ଜଣ କାଉନସିଲର ଏବଂ ପୈାରାଧ୍ୟକ୍ଷ ପଦଲାଗି ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ଜିଲାସଭାପତି ତଥା ଜଟଣୀର ପୁର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କୁଦିଆରୀସ୍ଥିତ ଝରଣା କଲ୍ୟାଣ ମଣ୍ଡପଠାରେ ଶନିବାର ଅପରାହ୍ନରେ ଏହି ପ୍ରାର୍ଥୀପତ୍ର ଘୋଷଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଜେଡି ଦଳର କାଉନସିଲର ଏବଂ ପୈାରାଧ୍ୟକ୍ଷ ପଦ ହାସଲ କରିବାଲାଗି ସମସ୍ତେ ଆଶାୟୀ ରହିଥିବା ବେଳେ ଜିଲାସଭାପତି ସେମାନଙ୍କ ମଧ୍ୟରୁ ଜଟଣୀର ୨୩ ଟି ୱାର୍ଡ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଜଟଣୀ ପୈାରାଚଂଳର ୱାର୍ଡନଂ ୧ପାଇଁ ପ୍ରଶାନ୍ତ ବେହେରା, ୱାର୍ଡ ନଂ ୨ପାଇଁ ସନ୍ତୋଷ ସାମନ୍ତରାୟ, ୩ପାଇଁ ଶିବପ୍ରସାଦ ମହାପାତ୍ର, ୪ପାଇଁ ମମତା ସାହୁ, ୫ଲାଗି କାଜଲ ଦଳେଇ, ୬ଲାଗି ସନ୍ତୋଷ ଡାକୁଆ, ୭ପାଇଁ ଜାଇ ବେହେରା, ୮ପାଇଁ ସିମାନୀ ମହାପାତ୍ର, ୯ଲାଗି ଆରତୀ ରାଉତ, ୧୦ଲାଗି ନମିତା ପାଲ,୧୧ଲାଗି ବେଣୁଧର ମଙ୍ଗରାଜ, ୧୨ପାଇଁ ବାସନ୍ତୀ ପାଲଟାସିଂହ, ୧୩ପାଇଁ ରଜିଂତା ବେହେରା, ୧୪ପାଇଁ ବିଭୂପ୍ରସାଦ ମହାନ୍ତି, ୧୫ପାଇଁ ଜଟାଧାରୀ ପ୍ରଧାନ, ୧୬ପାଇଁ ରାକ୍ଷୀସ୍ମିତା ପଣ୍ଡା, ୧୭ପାଇଁ ଉତ୍କଳ କେଶରୀ ବଳିୟାରସିଂହ, ୧୮ପାଇଁ କେ ଶୁରେସ, ୧୯ପାଇଁ ପି ରାଜକୁମାରୀ, ୨୦ପାଇଁ ବାସନ୍ତୀ ଦେଇ, ୨୧ପାଇଁ ଶଶାଙ୍କ ଶେଖର ରାୟ,୨୨ପାଇଁ ନଳିନୀ ମହାନ୍ତୀ ଓ ୨୩ନଂ ୱାର୍ଡପାଇଁ ଅମ୍ରିତା ଦାସଙ୍କୁ କାଉନସିଲର ପ୍ରାର୍ଥୀଭାବେ ଆଜି ଘୋଷଣା କରାଯାଇଥିଲା । ସେହିପରି ଜଟଣୀ ପୈାରାଧ୍ୟକ୍ଷ ପାର୍ଥୀଭାବେ ଅନନ୍ତ ବେହେରାଙ୍କୁ ଚୟନ କରାଯାଇଥିବା ବେଳେ ସହଯୋଗୀଭାବେ ବୀରକିଶୋର ସେଠୀଙ୍କ ନାମ ଘୋଷଣା କରିଥିଲେ ଜିଲା ସଭାପତି ଶ୍ରୀ ବଳବନ୍ତରାୟ । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାଜିଲା ବିଜେଡି ଉପସଭାପତି ସୁଦର୍ଶନ ସୁନ୍ଦରାୟ, କୋଷାଧ୍ୟକ୍ଷ ରାଜକିଶୋର ସ୍ୱାଇଁ, ନଗରସଭାପତି ଆଶୁତୋଷ ପ୍ରତାପସିଂହ, ଜିଲାସଭାପତି ବିଭୂତି ବଳବନ୍ତରାୟଙ୍କ ସୁପୁତ୍ର ବିଗ୍ନେଶ ବଳବନ୍ତରାୟ, ସୈାମ୍ୟସୋମାଲିକା ରାୟ, ସୁଚିସ୍ମିତା ଦାସ, ସନ୍ତୋଷ ହୋତା, ଅନନ୍ତ ଶତପଥୀଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୬/୩/୨୦୨୨----୬,୪୦
Sakhigopal News, 6/3/2022