କୁଲାଡ ରୁ ପ୍ରଚାର ଆରମ୍ଭ କଲେ , ଜିଲ୍ଲାପରିଷଦ ପ୍ରାର୍ଥୀ ଜିତେନ୍ଦ୍ର କେଶରୀ ଆରୁଖ
The campaign started from Kulad, district council candidate Jitendra Keshari Arukh said.
ଭଞ୍ଜନଗର----ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଧୀରେ ଧୀରେ ସରଗରମ ହେବାରେ ଲାଗିଛି । ସେହି କ୍ରମରେ ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ର ୫୧ ନଂ ଜୋନରେ ମଧ୍ୟ ପ୍ରଚାର କାର୍ଯ୍ୟ ଆଗକୁ ବଢିଛି । ଏହି ଜୋନ୍ ର ବିଜୁଜନତା ଦଳ ପ୍ରାର୍ଥୀ ଜିତେନ୍ଦ୍ର କେଶରୀ ଆରୁଖ ଶୁକ୍ରବାର ଦିନ ନିଜ ପ୍ରଚାର କାର୍ଯ୍ୟ କୁଲାଡ ପଞ୍ଚାୟତ ରୁ ଆରମ୍ଭ କରିଛନ୍ତି । ଅଧିଷ୍ଠାତ୍ରୀ ଦେବୀ ମା ବାଗଦେବୀ ଙ୍କ ପୀଠ ରେ ପୂଜାର୍ଚ୍ଚନା କରି , ନିଜ ସମର୍ଥକଙ୍କ ସହ କୁଲାଡ ବଡ଼ଦାଣ୍ଡ , ଉପର ବାଗଦେବୀ ସାହି , ବଜାର ଛକ ଓ ନିକଟସ୍ଥ କୋଟିବିରାଡି ଗାଁ ରେ ଘରକୁ ଘର ବୁଲି , ଭୋଟରଙ୍କୁ ଭେଟିଥିଲେ । ଏହାସହ ସ୍ଥାନୀୟ ସରପଞ୍ଚ ପ୍ରାର୍ଥନୀ ଭି. ସଂଯୁକ୍ତା ରାଜୁ ଓ ସମିତି ସଭ୍ୟା ପ୍ରାର୍ଥନୀ ପି. ରେଣୁକା ପାତ୍ର ଙ୍କ ସହ ମିଶି , ଭୋଟ ଦେବାପାଇଁ ଭୋଟର ଙ୍କୁ ନିବେଦନ କରିଥିଲେ । ଗାଁ ରୁ ଆରମ୍ଭ କରି ପଞ୍ଚାୟତ , ବ୍ଳକ୍ , ନିର୍ବାଚନ ମଣ୍ଡଳୀ , ଜିଲ୍ଲା ଓ ରାଜ୍ୟ ରେ ହୋଇଥିବା ବିକାଶମୂଳକ କାର୍ଯ୍ୟ , ରାଜ୍ୟ ସରକାର ଙ୍କ ଜନହିତକର ଯୋଜନା ଏବେ ସଫଳତାର ମୂଳମନ୍ତ୍ର ହୋଇଛି ।
ଏହାସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କୁ ଆଧାର କରି , ଏବେ ନିର୍ବାଚନ କୁ ଓହ୍ଲାଇଥିବା ଦଳୀୟ ସମର୍ଥକ ସମସ୍ତ ପ୍ରାର୍ଥୀ ଙ୍କ ପଛରେ ବହୁ ଜନସମର୍ଥନ ରହିଥିବା କହିଥିଲେ ଜିଲ୍ଲାପରିଷଦ ପ୍ରାର୍ଥୀ ଜିତେନ୍ଦ୍ର କେଶରୀ ଆରୁଖ । ଏଣୁ ଆସନ୍ତା ନିର୍ବାଚନରେ ଜିଲ୍ଲାପରିଷଦ ଆସନ ସହ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବା ନେଇ , ଆଶା ପୋଷଣ କରିଥିଲେ । ଏହି ପ୍ରଚାର କାର୍ଯ୍ୟରେ ଜିଲ୍ଲାପରିଷଦ ପ୍ରାର୍ଥୀ ଜୀତେନ୍ଦ୍ର କେଶରୀ ଆରୁଖ , ସରପଞ୍ଚ ପ୍ରାର୍ଥନୀ ଭି. ସଂଯୁକ୍ତା ରାଜୁ , ସମିତି ସଭ୍ୟା ପ୍ରାର୍ଥନୀ ପି.ରେଣୁକା ପାତ୍ର ଙ୍କ ସହ , କୁଲାଡ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ , ସମିତିସଭ୍ୟ ଲକ୍ଷ୍ମୀ ନାରାୟଣ ପୃଷ୍ଟି , ଆଇନଜୀବୀ ରାଜେନ୍ଦ୍ର ପ୍ରଧାନ , ଦିବାକର ନାୟକ , ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ , ଶୂଳପାଣି ଶତପଥୀ ପ୍ରମୁଖ ରହିଥିଲେ ।