Breaking News

ଭଞ୍ଜନଗର ଉଚ୍ଚ ବିଦ୍ୟାଳୟରେ ଶାରୀରିକ ଶିକ୍ଷା କାର୍ଯ୍ୟକ୍ରମ

Physical education program at Bhanjanagar High School.


ଭଞ୍ଜନଗର---- ଗଂଜାମ ଜିଲା ଶିକ୍ଷା ଅଧିକାରୀ ଓ ଜିଲା ଶାରୀରିକ ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କ୍ରୀଡା ଶିକ୍ଷୟିତ୍ରୀ ସପନେଶ୍ୱରୀ ଦିଗାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ସୂର୍ଯ୍ୟ ନମସ୍କାର ଓ ବିଭିନ୍ନ ଯୋଗାସନ ସହ ବିଭିନ୍ନ ବ୍ୟାୟାମ ରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଶେଷ କରି ଏନ୍ ସି ସି ନାଭାଲ ଅଫିସର କେଦାରନାଥ ସେଠୀ, ଏୟାର ଅଫିସର ପ୍ରଶାନ୍ତ କୁମାର ପ୍ରଧାନ ଓ ଏନ୍ ସି ସି ଆର୍ମୀ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ କୋଭିଡ୍-୧୯ ନିୟମାବଳୀ ପାଳନ ପୂର୍ବକ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୨/୨୦୨୨---୮,୦୦ Sakhigopal News,4/2/2022

Blog Archive

Popular Posts