Breaking News

ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଦୁଇ ଗିରଫ , ଦେଶୀ ବନ୍ଧୁକ , ଗୁଳି ଓ ମୃତ କୁଟୁରା ଜବତ

Two arrests, indigenous firearms, ammunition and a dead dog were seized on charges of wildlife poaching.
 ଭଞ୍ଜନଗର--- ଜଙ୍ଗଲରେ ପଶି ବନ୍ୟଜନ୍ତୁ ଶିକାର ବେଳେ , ବନବିଭାଗ ର ଚଢ଼ାଉ କରିଛି  । ମୃତ ବନ୍ୟଜନ୍ତୁ ଜବତ ସହ ଦୁଇ ଶିକାରୀ ଙ୍କୁ ଗିରଫ କରିଛି ବନବିଭାଗ । ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଓ ଗେରେଡା ରାସ୍ତା ନିକଟରେ  ଶିକାର କରିଥିଲେ ଶିକାରୀ । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ , ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସଙ୍କ ତତ୍ବାବଧାନରେ , ବିଭାଗୀୟ କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ  ଜଗନ୍ନାଥପ୍ରସାଦ ସଂରକ୍ଷିତ ଜଙ୍ଗଲ , ଭାଗ ନଂ - ୭ ରେ , ସୋମବାର ରାତି ପ୍ରାୟ ୧୦ ଟା ସମୟରେ ଦୁଇଜଣ ଶିକାରୀ ଏକ କୁଟୁରା କୁ ଗୁଳିକରି ଶିକାର କରିଥିଲେ । ଘଟଣା ପରେ ସୂଚନା ପାଇ ବନବିଭାଗ ର କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ଏଥିରେ ସଂପୃକ୍ତ ଥିବା ତିରିକୁମ୍ପା ଗ୍ରାମର ଅମର ବେହେରା ଓ ନାରାୟଣ ପ୍ରଧାନ ଙ୍କୁ ଘଟଣା ସ୍ଥଳରୁ ଗିରଫ କରିଥିଲେ । ସେମାନ ଙ୍କ ଠାରୁ ଶିକାର ରେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ ୩ ଟି ଜୀବନ୍ତ ଗୁଳି , ଟର୍ଚ୍ଚ , ଶିକାର ସରଞ୍ଜାମ ଓ ଗୋଟିଏ ମୃତ କୁଟୁରା କୁ ଜବତ କରିଥିଲେ । ଏ ସଂକ୍ରାନ୍ତରେ  ବନବିଭାଗ କେଶ୍ ନମ୍ବର ୩୨୦ / ୨୧-୨୨ ପ୍ରକାରେ ମାମଲା ରୁଜୁ କରାଯାଇଥିଲା । ସହକାରୀ ବନ ସଂରକ୍ଷକ ଅଧିକାରୀ ଏମ୍ . ମୋତିଲାଲ୍ ଙ୍କ ଉପସ୍ଥିତି ରେ  ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡଃ. ନିହାର ରଞ୍ଜନ ସାମନ୍ତରାୟ , ମୃତ କୁଟୁରା ର ବ୍ୟବଛେଦ କରିଥିଲେ । ପରେ ତାହାକୁ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିଲା । ଏହି ଚଢାଉ ରେ ଗେରେଡା ବନପାଳ - କଳାବଦନ ଦାସ , ଜଗନ୍ନାଥପ୍ରସାଦ ବନପାଳ - ଈଶା ଗଣେଶ , ବନରକ୍ଷୀ - ପ୍ରଦ୍ୟୁମ୍ନ ବିଷୋୟୀ , ସ୍କ୍ୱାର୍ଡ କର୍ମଚାରୀ - ଅଶୋକ ଗୈାଡ , ଜିତେନ୍ଦ୍ର ସେଠୀ ଓ ଶତ୍ରୃଘନ ବାରିକ ପ୍ରମୁଖ ସାମିଲ୍ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୨/୨୦୨୨----୧୦,୩୦ Sakhigopal News,1/2/2022

Blog Archive

Popular Posts