Breaking News

୫୮ଜଣ ୱାର୍ଡ ସଭ୍ୟସଭ୍ୟା ନିଦ୍ୱନ୍ଦରେ ନିର୍ବାଚିତ

Fifty-eight ward members have been elected.

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ୨୪ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ୩୦୫ ଗୋଟି ୱାର୍ଡ ରହିଛି । ସେଥି ମଧ୍ୟରୁ୫୮ଗୋଟି ୱାର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ସେମାନେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ନେଇ ବ୍ଳକ ପଞ୍ଚାୟତ ନିର୍ବାଚନ ଅଧିକାରୀ ତଥା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ୨୫ ତାରିଖ ସୁଦ୍ଧା ୫୬ ଜଣ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ନିର୍ବାଚନ କମିଶନର ଦୁତୀୟ ବାର ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ସୁଯୋଗ ଦେଇଥିଲେ ।ଏହି ଅନୁସାରେ ୪ ତାରିଖ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ରହିଥିଲା । ଦୁଇ ଜଣ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେମାନଙ୍କ ବିରୁଧରେ କେହି ନଥିବାରୁ ସେମାନଙ୍କୁ ନିଦ୍ୱନ୍ଦରେ ନିର୍ବାଚିତ କରାଯାଇଥିଲା । ଆଳିଶ, ଶୁକଳ, ବିଦ୍ୟାଧରପୁର ଓ ମହୁରା ଗ୍ରାମ ପଞ୍ଚାରେ ସବୁ ୱାର୍ଡରେ ପ୍ରତିଯୋଗିତା ହେଉଥିବା ବେଳେ ଅଳଗୁମ ଗ୍ରାମ ପଞ୍ଚାୟତରେ ୨ଜଣ ୱାର୍ଡ  ସଦସ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ମଧୁବନ-୪, ନରେନ୍ଦ୍ରପୁର-୧, ଦାସବିଦ୍ୟଧରପୁର-୪, ସାଣ୍ଢରା-୧, ନୁଆସମେଶ୍ୱରପୁର-୪, ବୀରରାମଚନ୍ଦ୍ରପୁର-୨, କାଦୁଆ-୨, ପେଣ୍ଠପଡା-୧, ଜୟପୁର-୨, ଶ୍ରୀରାମଚନ୍ଦ୍ରପୁର- ୨, ମୂଳଅଳସା-୪,ଦୁଗଲ-୫, ବିଶ୍ୱନାଥପୁର-୫, ସାରଙ୍ଗଯୋଡି- ୩,ବଳପୁର--୫, ରାଇଖଣ୍ଡି--୩, କେତକୀପାଟଣା-୧ , ବଳରାମପୁରଗଡ- ୨ ଓ ପରାଜାପଡା ଗ୍ରାମ ପଞ୍ଚାୟତରେ ୫ ଜଣ ବିନା ପ୍ରତିଯୋଗିତାରେ ୱାର୍ଡ ସଭ୍ୟ ପାଇଁ ନିର୍ବାଚିତ ହୋଇଥିବା ବ୍ଳକ ପ୍ରଗତି ସହାୟତ ତଥା ଭାରପ୍ରାପ୍ତ ପଞ୍ଚାୟତ ଅଧିକାରୀ ସୌଭାଗ୍ୟ ରଞ୍ଜନ କରଙ୍କ ଠାରୁ ସୁଚନା ମିଳିଛି ।    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୨/୨୦୨୨---୭,୧୫ 

 Sakhigopal News,4/2/2022

Blog Archive

Popular Posts