ଗାଡି ଡ୍ରାଇଭରରୁ କାଡି ଦେବାରୁ ରାଗରେ ଗାଡି ମାଲିକଙ୍କ ଘର ଆଗକୁ ବୋମା ମାଡ ; ଅଭିଯୁକ୍ତ ଗିରଫ
A car bomb had exploded at an Iraqi police recruiting center at Kisak, west of Kabul. Accused arrested.
ସାକ୍ଷୀଗୋପାଳ ----- ଗାଡି ଚାଳକରୁ କାଡି ଦେବାରୁ ରାଗରେ ଗାଡି ମାଲିକଙ୍କ ଘର ଆଗକୁ ବୋମା ମାଡ ହୋଇଛି । ଏଥିରେ କାହାକି କିଛି କ୍ଷତି ହୋଇନଥିଲେ ମଧ୍ୟ କେତେକ ଏହାକୁ ପଞ୍ଚାୟତ ନିର୍ବାଚନ ଆଗରୁ ହିସାଂକାଣ୍ଡ ବୋଲି କହୁଛନ୍ତି । ମାତ୍ର ଏହା ଗାଡି ଚାଳକ ଓ ଡ୍ରାଇଭରଙ୍କ ମଧ୍ୟରେ ଘଟଣା ବୋଲି ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ରାଇଖଣ୍ଡି ଗ୍ରାମ ପଞ୍ଚାୟତର ବଡେଇକେରା ଗ୍ରାମର କୃଷ୍ଣଚନ୍ଦ୍ର ବରାଳଙ୍କ ଘର ପାଖରେ ତିନୋଟି ବୋମା ମାଡ ହୋଇଥିଲା । ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇଟି ବୋମା ଅଫୁଟା ରହିଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ କହିଛନ୍ତି । ବୋମା ଗୁଡିକ ଜବତ କରିବା ସହ ବୋମା ନିସ୍ରିୟ କାରୀ ସେଠାରେ ପହଞ୍ଚି ବୋମା ଗୁଡିକ ନଷ୍ଟ କରିଛନ୍ତି । ପ୍ରକାଶ ଯେ କୃଷ୍ଣଚନ୍ଦ୍ରଙ୍କର ବରାଳ ଆଣ୍ଡ ବରାଳ ନାମରେ ବସ ଚାଲିଛି । ବଗୁଲାପାରି ଗ୍ରାମର ସଞ୍ଜୟ ଓରଫ ମୁନା ସୁକାରୀ ଡ୍ରାଇଭର ଭାବେ ଗାଡି ଚଳାଉଥିଲା । କେତେକ କାରଣ ନେଇ ମାଲିକ ଶ୍ରୀ ବରାଳ ଡ୍ରାଇଭରମୁନା ଉପରେ ଅସନ୍ତୋଷ ହୋଇ ତାକୁ ଗାଡିରୁ ଓହ୍ଳାଇ ଦେଇଥିଲେ । ଶ୍ରୀ ସୁକାରି ତାକୁ ରଖିବା ପାଇଁ ଯୋର କରିଥିଲା । ମାତ୍ର ଗାଡି ମାଲିକ ଶ୍ରୀ ବରାଳ ଏଥିରେ ରାଜି ହୋଇନଥିଲେ । ଆଜି ଭୋର ସମୟରେ ବଡେଇକେରା ଗ୍ରାମରେ ଶ୍ରୀ ସୁକାରୀ ପହଞ୍ଚି ଶ୍ରୀ ବରାଳଙ୍କ ଘର ଆଗରେ ବକାବନା କରିବା ସହ ତିନୋଟି ବୋମା ମାଡ କରିଥିଲା ବୋଲି ଶ୍ରୀ ବରାଳ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୪୭/୨୨ରେ ଏକ ମାମଲା ରୁଜ କରି ସତ୍ୟବାଦୀ ଥାନା ଅଧିକାରୀ ଶ୍ରୀଧଳ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୨/୨୦୨୨----୭,୧୦
Sakhigopal News, 4/2/2022