Breaking News

ସତ୍ୟବାଦୀରେ ସରପଞ୍ଚ ପ୍ରାର୍ଥୀନି ମାରୁଛନ୍ତି ମୁଣ୍ଡିଆ , ବଦଳରେ ପାଉଛନ୍ତି ମୁଣ୍ଡିଆ ଓ ମୁହଁ ଦେଖା


In the case of Satyavadi, the Sarpanch candidate beats Mundia, instead of Mundia and faces
 ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକରେ ପଞ୍ଚାୟତ ରାଜନୀତି ବେଶ ସରଗରମ ହୋଇ ଗଲାଣି । ଦଳ ଦଳ ହୋଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ନିଜ ସପକ୍ଷରେ ମତ ଦାନ କରିବା ପାଇଁ ଭୋଟର ମାନଙ୍କୁ ସଚେତନତା କରାଉଥିବା ଦେଖାଯାଉଛି । ସେହିପରି ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତରେ ଜଣେ ସରପଞ୍ଚ ପ୍ରାର୍ଥୀନି ଦୁଆର ଦୁଆରବୁଲିଭୋଟ ଭିକ୍ଷା କରିବାସହ ବୟଜ୍ୟେଷ୍ଟ ମାନଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ତାଙ୍କୁ  ସେହିପରିବାର କିଛି ଝିଅ ବୋହୁ ମାନେ ଓଲଟା ମୁଣ୍ଡିଆ ମାରିବା ସହ ଓଡିଆ ଘରର ପାମ୍ପରା ଅନୁସାରେ ବୋହୁ ମୁହଁ ଦେଖା ହାତରେ ଦେବାକୁ ମଧ୍ୟ ସେମାନେ ଭୁଲି ନାହାନ୍ତି । ସୁଚନାଯୋଗ୍ୟ ଯେ ବଳପୁର ଗ୍ରାମ ପଞ୍ଚାୟତ ଟି ୧୧ଗୋଟି ୱାର୍ଡ ରହିଥିବା ବେଳେ ୨୮୮୦ ଜଣ ଭେଟର ରହିଛନ୍ତି । ୧୪୭୭ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧୪୦୩ ଜଣ ମହିଳା ଭୋଟର ଅଛନ୍ତି । ଏହି ପଞ୍ଚାୟତଟି ମହିଳା ମାନଙ୍କ ପାଇଁ ସଂରକ୍ଷଣ ରହିଛି ।  ଏଠାରେ ତିନିଜଣ ମହିଳା ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଳାଇଛନ୍ତି ।  ପିୟଙ୍କା ପଣ୍ଡା, ସଂଯୁକ୍ତା ସ୍ୱାଇଁ ଓ ସୁକାନ୍ତି ମହାପାତ୍ର ରହିଛନ୍ତି । ତିନିଜଣ ସରପଞ୍ଚ ପ୍ରାର୍ଥୀନି ନିଜ ନିଜ ସପକ୍ଷରେ ଭୋଟରଙ୍କୁ ହାତେଇବା ପାଇଁ ଉଦ୍ଦ୍ୟମ ଆରମ୍ଭ କରିଛନ୍ତି । କିନ୍ତୁ ନବାଗତ ପିୟଙ୍କା ପଣ୍ଡାଏବେ ନିର୍ବାଚନ ପ୍ରଚାରରେ ସମସ୍ତଙ୍କ ଅଗାରେ ରହିଛନ୍ତି । ସବୁଠାରୁ ବଡ କଥା ସେ ଯେଉଁ ଗ୍ରାମକୁ ଯାଉଛନ୍ତି ତାଙ୍କର ଜନସମର୍ଥନ ବଡୁଛି । ଯେଉଁ ଘରେ ସେ ମୁଣ୍ଡିଆ ମାରୁଛନ୍ତି ତା ବଦଳରେ ତାଙ୍କୁ ଉକ୍ତ ପରିବାରର ଝିଅ ଓ ବୋହୁ ମାନେ ମୁଣ୍ଡିଆ ମାରିବା ସହ ଘରକୁ ପାଛୋଟି ନେଉଥିବାର ଜଣାପଡିଛି । ଏହା ସହିତ  ପରମ୍ପରା ଅନୁଯାୟୀ ବୋହୁରମୁହଁ ଦେଖା ପାଇଁ ତା ହାତରେ କିଛି ଅର୍ଥ ଦେଉଥିବାର ଜଣାପଡିଛି । ଏହାକୁ ନେଇ ଉକ୍ତ ପଞ୍ଚାୟତରେ ବେଶ ଆଲେଚନା ଚାଲିଛି । ଅନ୍ୟ ପକ୍ଷେ ସରପଞ୍ଚଙ୍କ ପତ୍ନୀ ସୁକାନ୍ତି ମହାପାତ୍ର ମଧ୍ୟ ତାଙ୍କର ସମର୍ଥକ ମାନଙ୍କୁ ଧରି ପ୍ରଚାର କରୁଛନ୍ତି । ସେହିପରି ସଂଯୁକ୍ତା ମଧ୍ୟ କିଛି କମତିରେ ନାହାନ୍ତି । ସମସ୍ତେ ନିଜ ନିଜ ସପକ୍ଷରେ ଭୋଟର ମାନଙ୍କୁ ହାତେଇବା ପାଇଁ ଉଦ୍ଦ୍ୟମ ଆରମ୍ଭ କରିଦେଇଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୨/୨୦୨୨----୭,୩୫   Sakhigopal News, 5/2/2022

Blog Archive

Popular Posts