ଗ୍ରାମ ଦାଣ୍ଡରେ ଟ୍ରଲିରେ ବୁଲୁଛି କେଟିଲି ଚିହ୍ନ
The village is surrounded by trolleys and signs.
ସାକ୍ଷୀଗୋପାଳ----- ପଞ୍ଚାୟତ ନିର୍ବାଚନରେ କିଏ କେମିତି ପ୍ରଚାର କରୁଛି । ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୫ ଜଣ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି । ସବୁଠାରୁ କାଳୁଚରଣ ଦାସଙ୍କର କେଟିଲି ଚିହ୍ନ ମିଳିଛି । ତାଙ୍କ ଚିହ୍ନରେ ଏକ କେଟିଲି ତିଆରି କରି ଜଣେ ଟ୍ରଲି ଚାଳକ ଟ୍ରଲି ଉପରେ ରଖି ଗ୍ରାମକୁ ଗ୍ରାମ ବୁଲୁଛନ୍ତି । ସେ କାହାକୁ କିଛି କହୁନାହାନ୍ତି । ଏପରିକି କେଉଁଠି ସେପରି ଠିଆ ହେଉନାହାନ୍ତି । ତାଙ୍କ ଇଛା ହେଲେ ଗ୍ରାମ ମାନଙ୍କରେ ଥିବା ଚା ଓ ପାନ ଦେକାନ ଛକ ମାନଙ୍କରେ କିଛି ସମୟ ଟ୍ରଲିଟିକୁ ଠିଆ କରାଇ ଦେଇ ବସି ରହୁଛନ୍ତି । ମାତ୍ର ସେ କାହାକୁ କିଛି କହୁନାହାନ୍ତି । କେବଳ କେଟିଲି ଚିହ୍ନ ମନେ ରଖିବା ପାଇଁ ତାଙ୍କର ଇଏ ହେଉଛି ଏକ ଭିନ୍ନ ଧରଣର ପ୍ରଚାର ବୋଲି ଲୋକମାନେ କହୁଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୨/୨୦୨୨
Sakhigopal News, 5/2/2022