Breaking News

ଅଜଣା ବାଇକ୍ ଧକ୍କାରେ ଛାତ୍ରର ମୃତ୍ୟୁ

Student killed in unidentified bike crash.
 
ଭଞ୍ଜନଗର --- ଅଜଣା ବାଇକ୍ ଧକ୍କାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ  ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବାଙ୍କତରା ଗ୍ରାମ ନିକଟରେ । ମୃତ ଛାତ୍ର ହେଲେ ଦ୍ବିତୀକୃଷ୍ଣ ଡାକୁଆ (୧୨ ।  ବାଙ୍କତରା ଗ୍ରାମର ଶିବରାମ ଡାକୁଆଙ୍କ ସାନ ପୁଅ । ଖବର ନେବାରେ  ଜଣାପଡିଛି , ଦ୍ବିତୀକୃଷ୍ଣ କୁରୁତୋଇ ଗ୍ରାମର ଏକ ଟିଉସନରୁ ସରସ୍ବତୀ ପୂଜା କରି ନିଜ ଗାଁ ବାଙ୍କତରାକୁ ସାଇକେଲରେ ଫେରୁଥିଲେ । ସେହି ସମୟରେ ପଛ ପଟୁ ଏକ ଅଜଣା ବାଇକ୍ ଧକ୍କା ଦେଇଥିଲା । ଫଳରେ ସେ ସାଇକେଲ ରୁ ଛିଟିକି ପଡ଼ିଥିଲେ ।  ଛାତ୍ର ଜଣକୁ ଘଟଣାସ୍ଥଳରୁ ଗୁରୁତର  ଅବସ୍ଥାରେ ସ୍ଥାନୀୟ ଲୋକେ ଉଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଦ୍ବିତୀକୃଷ୍ଣକୁ ମୃତ୍ୟୁ ଘୋଷଣା କରିଥିଲେ ।  ଡାକ୍ତରଖାନା ପକ୍ଷରୁ ତାରସିଂ ପୁଲିସକୁ ଜଣାଇବା ପରେ ତାରସିଂ ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ  ପଠାଇଥିଲେ । ଏହାକୁ ନେଇ ତାରସିଂ ଥାନାରେ ଏକ ଦୁଘର୍ଟଣା ମାମଲା ରୁଜୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ବାଇକ୍ କୁ ଅତିଶୀଘ୍ର ଧରାଯିବ ବୋଲି ଥାନାଧିକାରୀ ଶ୍ରୀ ଦାଶ ସୁଚନା ଦେଇଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୨/୨୦୨୨--- Sakhigopal News,5/2/2022

Blog Archive

Popular Posts