Breaking News

ତହସିଲଦାରଙ୍କ କଥା ପଥର ଗାଡି ଡ୍ରାଇଭର ଶୁଣିଲେନି ; ଥାନାରେ ଅଭିଯୋଗ

The driver of the stone vehicle did not listen to the tehsildar; Complaint to the police

ସାକ୍ଷୀଗୋପାଳ -----ଭୁବନେଶ୍ୱର -ପୁରୀ  ୩୧୬ନଂ ଜାତୀୟ ରାଜପଥ ଉପରେ ସତ୍ୟବାଦୀ ତହସିଲଦାର ଜ୍ରନ୍ତ କୁମାର ଜୟସିଂ ବେଆଇନ ପଥର ବାଲି ଗାଡି ଯାଞ୍ଚ କରୁଥିଲେ । ସେହି ସମୟରେ ତିନୋଟି ପଥର ଗାଡି  ଆସିଥିଲା ।ଉକ୍ତ ଗାଡିର ଡ୍ରାଇଭର ମାନଙ୍କୁ ଗାଡି ସାଇଟି କରିବା ପାଇଁ ସୁଚନା ଦେଇଥିଲେ ।  ମାତ୍ର ଗାଡିର ଡ୍ରାଇଭର ମାନେ ଜାଣି ନ ଜାଣିଲା ପରି ଗାଡି ଗୁଡିକ ନେଇ ପଳାଇଥିଲେ ।  ଉକ୍ତ ଗାଡି ଗୁଡିକ ହେଲା ଓଆର-୦୪-ଈ-୨୯୭୫, ୧୩- ଜି- ୬୬୭୬ ଓ ଅନ୍ୟଟି ଓଡି-୧୩-ସି-୫୧୭୦ । ଏ ସମ୍ପର୍କରେ  ସତ୍ୟବାଦୀ ଥାନାରେ ତହସିଲଦାର ଶ୍ରୀ ଜୟସିଂ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ୪୧/୨୨ରେ ଏକ ମାମଲା ରୁଜ କରାଯାଇଛି ବୋଲି ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୨--- ୯,୩୦  Sakhigopal News, 1/2/2022

Blog Archive

Popular Posts