ପୂର୍ବ ଶ୍ରତୁତାକୁ ନେଇ ମାରପିଟ, ଥାନାରେ ଅଭିଯୋଗ
Traversed in marppit, carrots, carnted.
ସାକ୍ଷୀଗୋପାଳ----- ସ୍ପୂର୍ବ ଶ୍ରତୁତାକୁ ନେଇ ଦୁଇ ପରିବାର ମଧ୍ୟମରେ ମାରପିଟ ହୋଇଥବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ କାଞ୍ଜିଆ ଗ୍ରାମର ଭାସ୍କର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦେକାନ ଆଗରେ ମଦ ବୋତଲ ପିଙ୍ଗିବା ସମୟରେ ଭାଙ୍ଗିଯାଇଥିଲା । ଏହାକୁ ବାରଣ କରିବାରୁ ସନ୍ତୋଷ ନାୟକ ଓ ମାଗୁଣି ନାୟକ ମାରପିଟ କରିବା ସହ ଗାଳିମନ୍ଦ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ୪୨/୨୨ରେ ଏକ ମାମଲା ରୁଜ କରାଯାଇଛି । ସେହିପରି ମାଗୁଣି ନାୟକ ଅଭିଯୋଗ କରିଛନ୍ତି ଯେ ସେ ଘରକୁ ଚାଲି ଚାଲି ଯାଉଥିବା ସମୟରେ ଭାସିଆ ଗୌଡ ଓ ଚଟୁ ଗୌଡ ମାରଧର କରିବା ସହ ଅସଭ୍ୟ ଭାଷାରେ ଗାଳିମନ୍ଦ କରିଥିଲେ ମାଗୁଣିଙ୍କ ଅଭିଯୋଗ କ୍ରମେ ୪୩/୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୨--- ୯,୩୦ Sakhigopal News, 1/2/2022