Breaking News

ନଡିଆ ଚାଷ, ଇ-ନାମ, ନଡିଆ ବେପାର ସମ୍ପର୍କରେ ପ୍ରସାର ଓ ପ୍ରଚାର ପାଇଁ ତଥ୍ୟ ସଂଗ୍ରହ

Collection of information on coconut cultivation, e-names, coconut trade and dissemination


ସାକ୍ଷୀଗୋପାଳ----ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ନଡିଆ ପ୍ରାଙ୍ଗଣରେ ପୂର୍ବତନ କୃଷି ବିପରଣ ବିଶେଷଜ୍ଞ ଚୌଧୁରୀ ବରଦା ପ୍ରସନ୍ନ ଦାଶ, ବ୍ରହ୍ମାନନ୍ଦ ପରିଡା ସମବାୟ ଯୁନିୟନର ସମ୍ପାଦକ, ଅନିଲ କୁମାର ମହାନ୍ତି ସମବାୟ ମିଡିଆ ପରିଚାଳକ ପହଞ୍ଚିଥିଲେ । ସେମାନେ ପ୍ରଥମେ ନଡିଆ ଦର, ନଡିଆର ମାନ, ଗୁଣ ସହିତ ଇ-ନାମ କିପରି ଭାବେ କରାଯାଉଛି । ଐପରିକି କିଛି ନଡିଆ ଚାଷୀ ଓ ନଡିଆ ବ୍ୟବସାୟୀ ମାନଙ୍କ ସହିତ ଆସିଥିବା ଅଧିକାରୀ ମାନେ ବିଭିନ୍ନ ବିସୟରେ ଆଲେଚନା କରିଥିଲେ । ସାକ୍ଷୀଗୋପାଳ ନଡିଆ ଚାଷ ପାଇଁ ଜଣାଶୁଣା ଏବେ କାହିଁକି ନଡିଆ ଆସୁନାହିଁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କ ଉପସ୍ଥିତିରେ ଏକ ନଡିଆ ନିଲାମ କରାଯାଇଥିଲା । ନଡିଆ କିପରି ନିଲାମ ହୁଏ ତାହା ସେମାନେ ସିଧାସଳକ ଦେଖିଥଲେ । ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ଓ ହିସାବ ନୀରିକ୍ଷକ ଜଗତଜ୍ୟୋତି ସାହୁଙ୍କ ଠାରୁ ବିଭିନ୍ନ ବିସୟରେ ଆଲେଚନା ମାଧ୍ୟମରେ ତଥ୍ୟ ସଂଗ୍ରହ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ଦତ୍ତଙ୍କ ଅନ୍ୟମାନେ ଉପସ୍ଥିତ ରହିଥିଲେ  ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୨  ---୯,୩୫  

 Sakhigopal News, 1/2/2022

Blog Archive

Popular Posts