ଏକ୍ସକ୍ୟାଡର ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ
Exodus Teachers Union Staff Selection
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ସମସ୍ତ ଏକ୍ସକ୍ୟାଡର ଶିକ୍ଷକ ଶିକ୍ଷୟତୀ ମାନଙ୍କର ବକୁଳବନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଶିକ୍ଷକ ମାନଙ୍କର ସମସ୍ୟା କିପରି ଭାବେ ଉପସ୍ଥାନ କରାଯିବା ସହ ସଠିକ ଭାବେ ସମାଧାନ କରାଯାଇ ପାରିବ ତଥା ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଗୁଡିକ ଉପସ୍ଥାପନ କରାଯାଇ ପାରିବ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ଏହି ଅବସରରେ ସଂଘର ନୂତନ କର୍ମକତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଅଶୋକ କୁମାର ପ୍ରଧାନ, ସୁକାନ୍ତ ଦାଶଙ୍କୁ ଉପସଭାପତି , ଭାବ କିଶୋର ବାରିକ ସମ୍ପାଦକ, ଲକ୍ଷ୍ମୀକାନ୍ତ ମିଶ୍ର ସହ ସମ୍ପାଦକନିରଞ୍ଜନ ବରାଳକୋଷଧ୍ୟକ୍ଷ ଓ ଶିଖର ବେହେରା , ରାମଚନ୍ଦ୍ର ଦାଶଙ୍କୁ ସହଯୋଗୀ ସଭ୍ୟ ଭାବେ ଗ୍ରହଣ କରାଯାଇଛି । ଶେଷରେ ଶିକ୍ଷକ ରାମଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୨/୨୦୨୨---୫,୧୦ Sakhigopal News, 8/2/2022