Breaking News

ସମାଜରେ ଗୁରୁ ହଁ ସର୍ବଶ୍ରେଷ୍ଠ ଆସନର ଅଧିକାରୀ; ଗୁରୁଙ୍କ ସ୍ଥାନ ଗୁରୁ ହିଁ ଅଧିକାର କରିବେ


ଡେଲାଙ୍ଗ -ସମାଜରେ ଗୁରୁମାନଙ୍କର ମହିମା ଓ ମର୍ଯ୍ୟାଦା ସ୍ଵତନ୍ତ୍ର ଏବଂ ଗୁରୁମାନେ ହିଁ ସମାଜରେ ସର୍ବଶ୍ରେଷ୍ଠ ଆସନର ଅଧିକାରୀ  । ଗୁରୁଙ୍କ ସ୍ଥାନ  ଗୁରୁ ହିଁ ଅଧିକାର କରିବେବୋଲି ପିଢପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଗମ୍ବର ରଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ସମାଜସେବୀମାନେ ମତବ୍ୟକ୍ତ କରିଛନ୍ତି। ଡେଲାଙ୍ଗ ବିଇଓ ଶତୃଘ୍ନ ବେହେରା ଓ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ନବ ମିଶ୍ର, ସତ୍ୟଜିତ୍ ମହାପାତ୍ର, ମଧୂସୁଦନ ପ୍ରଧାନ, ସନ୍ତୋଷ ଦଳାଇ ଏଥିରେ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ରଥଙ୍କୁ  ତାଙ୍କର ପୂର୍ଣ୍ଣାଙ୍ଗ ପେନସନ ପେପର ପ୍ରଦାନ କରିଛନ୍ତି। ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ରଙ୍କ  ସଭାପତିତ୍ବରେ ଅନୁଷ୍ଠିତ ସଭାରେ  ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଓ ଅନ୍ଯତମ ଅତିଥି ଭାବେ ନରସିଂହପୁରର ପ୍ରାକ୍ତନ ବିଇଓ କାର୍ତ୍ତିକ ବେହେରା, ପିପିଲିର ପ୍ରାକ୍ତନ ବିଇଓ ପ୍ରମୋଦ କୁମାର ପରିଡ଼ା, ଡେଲାଙ୍ଗର ପୂର୍ବତନ ବିଇଓ ନିରଞ୍ଜନ ପାତ୍ର, ସଚ୍ଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠିର ପରିଡ଼ା,ଡେଲାଙ୍ଗର ବର୍ତ୍ତମାନର ଏବିଇଓ ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ, ସଞ୍ଜୁକ୍ତା କୁମାରୀ ମିଶ୍ର, ଶିକ୍ଷାବିତ୍ ନିରଞ୍ଜନ ସାହୁ, ଦୁର୍ଯୋଧନ ସାହୁ,ଗୋଲକ ବରାଳ, ସୁକାନ୍ତ ବେହେରା, ସୁସାହିତ୍ୟିକ ସନ୍ତୋଷ ମହାନ୍ତି,ପ୍ରାକ୍ତନ ଶିକ୍ଷକ ସଂଘ ସଭାପତି ପ୍ରହଲ୍ଲାଦ ସ୍ଵାଇଁ,ମିଟୁକିଶୋର ପ୍ରଧାନ, ଶିକ୍ଷକ ସୁରେନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ  ମଲ୍ଲିକ, ରମେଶ ଚନ୍ଦ୍ର ବଳବନ୍ତରାୟ ,ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ପ୍ରଧାନ ଶିକ୍ଷକ ଗୋପାଳ ମହାପାତ୍ର, ପବିତ୍ର ଜେନା, ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପୁରୁଷୋତ୍ତମ ଦେବ ପ୍ରଧାନ, ସମ୍ପାଦକ ଶିବଦତ୍ତ ନାୟକ,ଉପ ସଭାପତି ସୂର୍ଯ୍ୟ ନାରାୟଣ ସେଠୀ,ସୁରେନ୍ଦ୍ର ନାୟକ, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଜେନା, ହରି ରଥ,ଗୋପକୃଷ୍ଣ ତ୍ରିପାଠୀ,ଶିକ୍ଷୟିତ୍ରୀ ସବିତା ରଥ , ଜ୍ୟୋତିର୍ମୟୀ ଦେବୀ,ପାର୍ବତୀ ମ‌ହାପାତ୍ର , ରମେଶ ପ୍ରଧାନ, ର୍ପାବତୀ ବାରିକ,ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ, ଗୋବିନ୍ଦ ସାହୁ , ଆଶିଷ ମଲ୍ଲିକ, ଅଭିମନ୍ୟୁ ସିଂ ସିଆରସିସି ତପନ ମଲ୍ଲିକ, ସମାଜସେବୀ ଲକ୍ଷ୍ମୀ ନାରାୟଣ ପାଠୀ ଓ ଅନ୍ୟମାନେ ଯୋଗଦେଇ ଦିଗମ୍ବର ରଥଙ୍କ ଅମାୟିକ ବ୍ୟକ୍ତିତ୍ଵ, ସୁଶୈକ୍ଷିକ ଗୁଣାବଳୀ,ସଂଘୀୟ ଭାବ, କବିତ୍ବ ପ୍ରତିଭା ସ୍ନେହଶୀଳ ସ୍ଵଭାବ ପାଇଁ ସେ ସମସ୍ତଙ୍କର ଆପଣାର ହୋଇଥିଲେ ବୋଲି ବକ୍ତବ୍ୟରେ ଉପସ୍ଥାପିତ କରିଥିଲେ । ଯୋଗ ଦେଇଥିବା ଅତିଥି ମାନେ ତାଙ୍କର ନିରାମୟ ଜୀବନ କାମନା କରିଥିଲେ।ଅଭିଭାବକ , ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସମ୍ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପନ ହୋଇଥିଲା। ପ୍ରକାଶ ଥାଉକି ଶ୍ରୀ ରଥ ନିପୁର,କିଆଲଣ୍ଡା ଆଦି ବିଦ୍ୟାଳୟରେ ଶିକ୍ଷକତା ଓ ସିଆରସିସି,ସାଧନ କର୍ମୀ ସହ ସଂଘର ସମ୍ପାଦକ ଓ ସଭାପତି ଦାୟିତ୍ୱ ତୁଲାଇଥିଲେ।ଶିକ୍ଷକ ସୁଧୀର ଜେନା ଓ ଦିଲିପ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପିଢପାଟଣା ନିପ୍ରା ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଆଜିର ଶିକ୍ଷକ ଅଭୟ ଚରଣ ସାହୁ, ଫକିର ଦାସ,ପ୍ରଦୀପ ଜେନା,ଗଣେଶ୍ବର ପରିଡ଼ା , ସର୍ଵେଶ୍ବର ପରିଡ଼ା ପୂର୍ଣ୍ଣଚନ୍ଦ୍ର ଜେନା,ଚିତ୍ତରଞ୍ଜନ ଜେନା , ଶାନ୍ତିଲତା ପାଢ଼ୀ ଓ ଅନ୍ୟମାନେ ମିଳିତ ଭାବେ ସ୍ଵତନ୍ତ୍ର ମାନପତ୍ର, ଉତ୍ତରୀୟ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପିଢପାଟଣା ବିଦ୍ୟାଳୟ,, ପ୍ରାକ୍ତନ ଛାତ୍ର ଛାତ୍ରୀ  ଓ ବିଭିନ୍ନ ବିଦ୍ୟାଳୟ ତରଫରୁ ତାଙ୍କୁ ଅନୁରୂପ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଚାଳନାରେ ସିଆରସିସି ଦୁର୍ଯୋଧନ ପ୍ରଧାନ, ବିଦ୍ୟାଳୟର ଶିକ୍ଷକ କାହ୍ନୁ ଚରଣ ସେଠୀ, ଅମରାବତୀ ତାଡ଼, କଳ୍ପନା ପ୍ରଧାନ, ମନୋରଞ୍ଜନ ଜେନା, ପ୍ରଭାତ ଜେନା,କମିଟି ସଭାପତି ରତ୍ନାକର ପରିଡ଼ା ,କାଳୁ ଦାସ, ବିଶ୍ବ ରଞ୍ଜନ ପରିଡ଼ା,ସଭ୍ୟ ସଭ୍ୟା ଓ ଗ୍ରାମବାସୀବୃନ୍ଦ ପୂର୍ଣ୍ଣ  ସହଯୋଗ କରିଥିଲେ। ବିଦ୍ୟାଳୟ ତରଫରୁ ମଞ୍ଚରେ ଶିକ୍ଷକ ପ୍ରଦୀପ ଜେନାଙ୍କ ସହ କମିଟି ସଭ୍ୟସଭ୍ୟାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷାବିତ୍ ଶ୍ରୀଧର ପ୍ରଧାନ ଧନ୍ୟବାଦ ଦେଇଥିଲେ। ଦିଗମ୍ବର ରଥଙ୍କୁ ଶେଷରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ଓ ବନ୍ଦାପନା କରାଯାଇ ନିଆରା ପରମ୍ପରାରେ  ସମ୍ବର୍ଦ୍ଧନା ଦିଆଯିବା ସହ ନିଜସ୍ଵ ଗ୍ରାମ ବିରାମଚନ୍ଦ୍ରପୁର ପର୍ଯ୍ୟନ୍ତ ଗ୍ରାମବାସୀ ସାଥୀରେ ଯାଇ ଆବେଗପୂର୍ଣ୍ଣ ବିଦାୟ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୫/୨୦୨୫---୭,୩୫ Sakhigopal News,5/5/2025

Blog Archive

Popular Posts