Breaking News

ସାକ୍ଷୀଗୋପିନାଥ ଦେବଙ୍କ ବିମାନ ସେବାର ସର୍ଦ୍ଧାର ଫଗୁ ଜେନାଙ୍କ ବିୟୋଗ


ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ୧ନଂ ଓ୍ବାଡ ତଥା ରଙ୍ଗଣିସାହିର ଫଗୁ ଜେନା ( ଫଗୁଆ ଭାଇ)ଙ୍କର ୬୪ବର୍ଷରେ ବିୟୋଗ ହୋଇଯାଇଛି। ସେ ଜଣେ ଧର୍ମ ପରାୟଣ, ପରୋପକାରି ଓ ସାହାର୍ଯ୍ଯକାରୀ ସହିତ ସାକ୍ଷୀଗୋପିନାଥ ଦେବଙ୍କ ବିମାନ ସେବାର ସର୍ଦ୍ଧାର ଭାବେ ସାକ୍ଷୀଗୋପାଳ ରେ ଜଣାଶୁଣା। ଏପରିକି ନିଜ ଗ୍ରାମ ବାସୀଙ୍କ ସହଯୋଗରେ ୧୧ବର୍ଷ ଅଷ୍ଟପ୍ରହରୀ କରିବା ସହ ଗ୍ରାମ ର ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି। ଆଜି ତାଙ୍କର ନିଜସ୍ୱ ବାସଭବନରେ ବିୟୋଗ ହୋଇଯାଇଛି।ଏହି ଖବର ପ୍ରସାରିତ ହେବା ପରେ ଆଖପାଖ ଅଞ୍ଚଳ ର ଲୋକମାନେ ଶେଷ ଦର୍ଶନ କରିଥିଲେ। ଶେଷ ସମୟରେ ପୁଅ,ବୋହୁ, ପୁତୁରା, ପୁତୁରା ବୋହୁ, ନାତିନାତୁଣୀ ଉପସ୍ଥିତ ଥିଲେ। ଅନ୍ତିମ ଶକ୍ତାର ପୁରୀ ସ୍ୱର୍ଗଦ୍ୱାର ଠାରେ କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୫/୫/୨୦୨୫---୮,୪୫ Sakhigopal News, 5/5/2025

Blog Archive

Popular Posts