Breaking News

ସାଇ ମନ୍ଦିରର ପ୍ରଥମ ବାର୍ଷିକ ମହୋତ୍ସବ

 The first annual festival of the Sai Temple.


ସାକ୍ଷୀଗୋପାଳ ---- ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ନିକଟ ସାଇବାବା ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ କୋଭିଡ ଗାଇଡି ଲାଇନ ଅନୁଯାୟୀ ପାଳିତ ହୋଇଯାଇଛି । ପ୍ରତିଦିନ ପରି ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲ ମାଳରେ ସଜାଯାଇଥିଲା । ସ୍ରୋତୀୟ ବାହ୍ମଣ ମାନଙ୍କ ଦ୍ୱାରା ମନ୍ଦିର ସମ୍ମୁଖରେ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ଠାକୁରଙ୍କ ପୂଜାରୀ ନିରଞ୍ଜନ  ମିଶ୍ର ଓ ପ୍ରଶାନ୍ତି ମିଶ୍ର ଯଜ୍ଞରେ କର୍ତ୍ତା ଓ କର୍ତ୍ତୀ ଭାବେ କାର୍ଯ୍ୟତୁଳାଇଥିଲେ । ମନ୍ଦିରର ପରିଚାଳକ ପି.ଟୁନା .ପାତ୍ର ସମସ୍ତ କାର୍ଯ୍ୟତଦାରଖ କରୁଥିବା ବେଳେ ରମେଶ ଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଠାକୁରଙ୍କ ପ୍ରସାଦ  ଶ୍ରଦ୍ଧାଳୁ ମାନେ ସେବନ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୨/୨୦୨୨---୬,୨୦ 

 Sakhigopal News, 5/2/2022


Blog Archive

Popular Posts