Breaking News

ବନ୍ୟଜନ୍ତୁ ଶିକାର ଉଦ୍ୟମ ବିଫଳ , ଜଣେ ଗିରଫ

 Attempts to hunt wildlife fail, one arrested.
ଭଞ୍ଜନଗର----   ଜଙ୍ଗଲରେ ପଶି ବନ୍ୟଜନ୍ତୁ ଶିକାର କରିବା ପାଇଁ ଉଦ୍ୟାମ କରୁଥିବା ବେଳେ ବନବିଭାଗ ଜଣଙ୍କୁ ଗିରଫ କରିଛି  ।  ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ଡହ ସେକସନର ସଂରକ୍ଷିତ ଜଙ୍ଗଲ ଭାଗ ନଂ - ୧୦ ରେ ନଜରକୁ ଆସିଥିଲା ଏଭଳି ଶିକାର ଉଦ୍ୟମ । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଡହ ବନପାଳ କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ତତ୍ବାବଧାନରେ ବନପାଳ ସନ୍ତୋଷ କୁମାର ପାତ୍ର,ସିମାଞ୍ଚଳ ମିଶ୍ର ସମେତ ସ୍ମାର୍ଡ କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ   ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟରେ ଜଣେ ଶିକାରୀ ବନ୍ୟଜନ୍ତୁ ଶିକାର କରିବା ପାଇଁ ତାର ବିଛାଇଥିଲା । ଏ ସମ୍ପର୍କରେ ବନପାଳ ଶ୍ରୀ ସ୍ବାଇଁ  କୈାଣସି ସୁତ୍ରରୁ ଖବର ପାଇଥିଲେ । ପରେ ବନବିଭାଗ ର କର୍ମଚାରୀ ମାନେ ଚଢ଼ାଉ କରିଥିଲେ ।  ଶିକାର ରେ ସଂପୃକ୍ତ ଥିବା ଇନ୍ଦାଗଡ ଗ୍ରାମର ଜୈନିକ ନାବାଳକ ଙ୍କୁ ଘଟଣା ସ୍ଥଳରୁ ଗିରଫ କରାଯାଇଥିଲା । ତାଙ୍କ ଠାରୁ  ଶିକାର ରେ ବ୍ୟବହୃତ  ଶିକାର ସରଞ୍ଜାମ ସହ ୩୦୦ ମିଟର ଜିଆଇ ତାର ୧୦ମିଟର ସଭିସିଂ ତାର  ଜବତ କରିଥିଲେ । ଏ ସଂକ୍ରାନ୍ତରେ  ବନବିଭାଗ  ପକ୍ଷରୁ ମାମଲା ରୁଜୁ କରାଯାଇଥିବା ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁସୁଚନା ଦେଇଛନ୍ତି ।ଉକ୍ତ ଘଟଣାରେ ଗିରଫ ହେଇଥିବା ନାବାଳକ ଶିକାରୀକୁ ବ୍ରହ୍ମପୁର ସେବା ସ୍ବଧାରଗୃହକୁ ପଠାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୨/୨୦୨୨---୮,୪୦ Sakhigopal News,5/2/2022

Blog Archive

Popular Posts