ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ, ଜିଲାପରିଷଦ ୫ଲକ୍ଷ, ସରପଞ୍ଚ ଓ ସମିତିସଭ୍ୟ ୨ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିବେ
Supervisory review meeting, Zilla Parishad5Lakh, Sarpanch and Samiti members will spend Rs 2 lakh on elections
ଜଟଣୀ,--- ଜଟଣୀ ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନଲାଗି ତାରିଖ ଚୁଡାନ୍ତ ହୋଇିଛି । ଫଳରେ ପଞ୍ଚାୟତରେ ରାଜନୈତିକ ଉଷ୍ମତା ଦେଖାଦେଇଛି । ଏନେଇ ଜିଲା ଓ ବ୍ଲକସ୍ତରରେ ପର୍ଯ୍ୟାୟକ୍ରମେ ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ମଙ୍ଗଳବାର ଜଟଣୀବ୍ଲକ ସଭାଗୃହଠାରେ ନିର୍ବାଚନୀ ପର୍ଯ୍ୟବେକ୍ଷକ ଭାବେ ପ୍ରଶାନ୍ତ କୁମାର ମହାକୁଡ ଏକ ସମୀକ୍ଷା ବୈଠକ କରିଥିଲେ । ପର୍ଯ୍ୟବେକ୍ଷକଶ୍ରୀ ମହାକୁଡ ଚୁଡାନ୍ତ ପଞ୍ଚାୟତ ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀ ମାନଙ୍କର ନିର୍ଦ୍ଧେଶାବଳୀନୁଯାୟୀ କ୍ୟାସବୁକ ତଥା ନିର୍ବାଚନୀୟ ଖର୍ଚ୍ଚ ଯାଞ୍ଚ କରିଥିଲେ । ଏହା ସହିତ ନିର୍ବାଚନ କମିଶନରଙ୍କ ନିର୍ଦ୍ଧେଶନୁଯାୟୀ ନିର୍ବାଚନରେ ପ୍ରାର୍ଥୀମାନେ କେଉଁ ପଦବୀରେ କେତେ ଟଙ୍କା ଖର୍ଚ୍ଚ ବ୍ୟୟକରି ନିର୍ବାଚନ ଲଢିବେ ସେନେଇ ମାଗଦର୍ଶିକା ପ୍ରଦାନ କରିଥିଲେ । ଚଳିତବର୍ଷ ଜିଲାପରିଷଦ ପ୍ରାର୍ଥୀମାନେ ୫ଲକ୍ଷ ଟଙ୍କା ସରପଚଂ ଓ ସମିତିସଭ୍ୟମାନେ ୨ଲକ୍ଷ ଟଙ୍କା ବ୍ୟୟରେ ନିର୍ବାଚନ ଲଢିବାର ନିୟମ ରହିଛି । ଏହା ବ୍ୟତିତ ନୂତନଭାବେ ନିର୍ବାଚନ ରଣାଙ୍ଗନକୁ ଆସିଥିବା ପ୍ରାର୍ଥୀମାନଙ୍କୁ ନିର୍ବାଚନ ଚଳିତବର୍ଷ କିପରି ଶୃଙ୍ଖଳିତ ନିର୍ବାଚନ ହୋଇପାରିବ ସେନେଇ ପ୍ରାର୍ଥୀମାନଙ୍କୁ ବାର୍ତା ମାଧ୍ୟମରେ ସୁଚନାଦେଇଥିଲେ । ଆଜିର ଏହି ବୈଠକରେ ଜିଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ(ଅର୍ଥ) ଦୀପକ କୁମାର ବିଶ୍ୱାଳ, ନିର୍ବାଚନଧିକାରୀ ତଥା ଜଟଣୀ ବିଡିଓ ସରୋଜ କୁମାର ରାଉତ, ନିର୍ବାଚନ ତଦାରଖଧିକାରିଣୀ ସ୍ୱାଗତୀକା ମିଶ୍ରଙ୍କ ସହିତ ସମସ୍ତ ଆଶାୟୀ ପ୍ରାର୍ଥୀ ଓ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧/୨/୨୦୨୨---୯,୫୦ Sakhigopal News, 1/2/2022