Breaking News

ବାରହା ଆକ୍ରମଣରେ ନାବାଳକ ଗୁରୁତର

The juvenile was seriously injured in the attack.
 ଭଞ୍ଜନଗର- ଉତ୍ତର ଘୁମୁସର ବନଖଣ୍ଡ , ମୁଜାଗଡ ବନାଞ୍ଚଳ ଭଞ୍ଜନଗର ସେକସନର ଗାମୁଣ୍ଡି ଗାଁ ନିକଟ ରାସ୍ତାରେ ବାରହା ଆକ୍ରମଣ ରେ ଜଣେ ନାବାଳକ ଆହତ ହୋଇଛନ୍ତି । ଗାଁ ନିକଟ ଠାକୁରାଣୀ ମନ୍ଦିର ପାର୍ଶ୍ୱରେ ବହି ଯାଇଥିବା ଲେହରାଖଣ୍ଡି ନଦୀକୁ ଶୈ।ଚ ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା । ଆହତ ନାବାଳକ ଜଣକ  ନିକଟସ୍ଥ ଡେରା ସାହିର  ତାପସ ବେହେରା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାପସକୁ ଉଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଏବେ ଭୟଭୀତ ହୋଇପଡିଛନ୍ତି । 
  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧/୨୦୨୨ ----୮,୪୦ 
Sakhigopal News,3/1/2022

Blog Archive

Popular Posts