ଛେଳି ଚାଷୀଙ୍କ ପାଇଁ ବ୍ଳକ ସ୍ତରୀୟ ସଚେତନ ଓ ତାଲିମ ଶିବିର
Block level awareness and training camps for goat farmers.
ଭଞ୍ଜନଗର--ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗୋବରା ସ୍ଥିତ ପ୍ରାଣୀଧନ ସହାୟକ କେନ୍ଦ୍ର ଠାରେ ବ୍ଳକ୍ ସ୍ଥରୀୟ ବିଭିନ୍ନ ପଞ୍ଚାୟତର ଛେଳି ଚାଷୀଙ୍କୁ ନେଇ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ପ୍ରାଣୀଧନ ଅଧିକାରୀ ଡ଼ଃ କାର୍ତ୍ତିକ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକର ବଡପଡା , ନେଟଙ୍ଗା , ଗୋବରା ଓ କ୍ଷତ୍ରିୟବରପୁର ପଞ୍ଚାୟତର ୨୦ ରୁ ଉର୍ଦ୍ଧ୍ବ ଛେଳିଚାଷୀ ଯୋଗଦେଇଥିଲେ । ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ୨୦୨୧-୨୨ ବର୍ଷ ନିମନ୍ତେ ଛେଳି ଚାଷୀ ମାନେ କିଭଳି ଲାଭବାନ ହେବେ , ସେ ସଂକ୍ରାନ୍ତରେ ଚାଷୀ ଙ୍କୁ ତାଲିମ ଦିଆଯାଇଥିଲା । ଏହା ସହ କୃତ୍ରିମ ପ୍ରଜନନ ମାଧ୍ୟମରେ ଉନ୍ନତ ଓ ଲାଭ ଦାୟକ ଛେଳି ଚାଷକରି ଏହି ଚାଷ ପ୍ରତି କିଭଳି ଆଗ୍ରହ ସୃଷ୍ଟି ହେବ , ସେ ସଂକ୍ରାନ୍ତରେ ମଧ୍ୟ ସଚେତନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗାଙ୍ଗପୁର ପ୍ରାଣୀଧନ ଚିକିତ୍ସାଧିକାରୀ ଡଃ ମନସ୍ବିନୀ ମଣ୍ଡଳ , ଗୋବରା ପ୍ରାଣୀଧନ ଅଧିକାରୀ ପ୍ରଫୁଲ୍ଲ କୁମାର ପୋଲାଇ , ନେଟେଙ୍ଗା ର ମନୋରଞ୍ଜନ ପ୍ରଧାନ , ନୂଆଗଡ ର ଆଦିତ୍ୟ ନାରାୟଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୨/୨୦୨୧----୯,୩୦
Sakhigopal News,10/12/2021