Breaking News

ବଦଙ୍ଗି - ଦୋମୁହାଣୀ ନିକଟରେ ୨୦ ବଣୁଆ ହାତୀ ଙ୍କୁ ଜଗି ରହିଛନ୍ତି ବନ କର୍ମଚାରୀ

Badangi - Forest workers are guarding 20 wild elephants near Domuhani.
ଭଞ୍ଜନଗର--  ଚିନ୍ତା ବଢାଉଛନ୍ତି ବଣୁଆ ହାତୀ ପଲ । ଖାଉଛନ୍ତି କମ୍ , ନଷ୍ଟ କରୁଛନ୍ତି ବ୍ୟାପକ ଧାନ ଫସଲ । ହାତୀକୁ ଘଉଡାଇବା ସହ  ଲୋକଙ୍କୁ ହାତୀପଲ ପାଖକୁ ନଯାଇ ସତର୍କ କରାଉଛି ବନବିଭାଗ । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ର ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ଦୋମୁହାଣୀ ଓ ବଦାଙ୍ଗି ଗାଁ ନିକଟରେ ଏହି ଘଟଣା ଶୁକ୍ରବାର ସଂଧ୍ୟାରେ ଦେଖିବାକୁ ମିଳିଛି ।  ଗାଲେରୀ ବନାଞ୍ଚଳ ଅଧିକାରୀ ଙ୍କ ସହ ଯୋଗାଯୋଗ ପରେ ସୂଚନା ମିଳିଛି ବଦାଙ୍ଗି - ଦୋମୁହାଣି ଗାଁ ନିକଟ ଆମ୍ବଝରା ଜଙ୍ଗଲ ନିକଟରେ ହାତୀପଲ ରହିଥିବା ଜଣାପଡିଛି । ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି  । ହାତୀପଲ ରେ ୫ ଟି ଦନ୍ତା , ୫ ଟି ଛୁଆ ଏବଂ ୧୦ ଟି ମାଈହାତୀ ରହିଛନ୍ତି । କୈ।ଣସି ପ୍ରକାରେ ହାତୀପଲ ଯେଭଳି ଗାଁ ମୁହାଁ ହେବେ ନାହିଁ ସେଥିପାଇଁ ମଧ୍ୟ ବିଭାଗ ପକ୍ଷରୁ ସତର୍କ ନଜର ରଖାଯାଇଛି  । ତେବେ ଧାନ କିମ୍ବା ପନିପରିବା ନଷ୍ଟ ହୋଇଥିବା ସଂପୃକ୍ତ ଚାଷୀ ମାନେ ହାତୀ ଆଗକୁ ନଯାଇ ସୁରକ୍ଷିତ ଭାବେ ରହିବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ପକ୍ଷରୁ ଲୋକଙ୍କୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଏବେ ଏହି ଘଟଣା କୁ ନେଇ  ସ୍ଥାନୀୟ ଅଞ୍ଚଳବାସୀ ଏବେ ଭୟଭୀତ ହୋଇପଡିଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୨/୨୦୨୧-----୯,୪୦
 Sakhigopal News,10/12/2021

Blog Archive

Popular Posts