ସଂଯୁକ୍ତ କିଶାନ ମୋର୍ଚ୍ଚାର ବିଜୟ ଦିବସ ପାଳିତ
ରଣପୁର-----ଦେଶରେ କେନ୍ଦ୍ର ସରକାର କରିଥିବା ୩ ଗୋଟି କଳା କୃଷି ଆଇନ୍ କୁ ପ୍ରତ୍ୟାହାର ପାଇଁ ଏକ ବର୍ଷ ଲାଗିଗଲା । ଆଇନ ପ୍ରତ୍ୟାହାର କରିବା ପାଇଁ ଚାଷୀମାନେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ୭ଶହ ୧୫ ଜଣ କୃଷକ ମୁତ୍ୟୁ ବରଣ କରିଥିଲେ । ଶେଷରେ ମୋଦି ସରକାର ନିଜର ଭୁଲ୍ ବୁଝିପାରି ୩ କଳା କୃଷି ଆଇନ୍ କୁ ପ୍ରତ୍ୟାହାର କରିଥିଲେ । ତଥାପି କୃଷକ ମାନେ ସେମାନଙ୍କ ନାମରୁ ମିଥ୍ୟା ମାମଲା ପ୍ରତ୍ୟାହାର ଦାବୀ ଓ ଧାନର ସହାୟକ ମୁଲ୍ୟ ବୃଦ୍ଧି ପାଇଁ ଅଡିବସିଥିଲେ । ଶେଷରେ କେନ୍ଦ୍ର ସରକାର କୃଷକ ମାନଙ୍କର ଦାବୀକୁ ଗ୍ରହଣ କରିଥିଲେ ।
ସେହି ପରିପ୍ରେକ୍ଷୀରେ ରଣପୁର କୃଷକ ସଭା ତରଫରୁ କିଷାନ୍ ମୋର୍ଚ୍ଚାର ବିଜୟ ଦିବସ ପଥପ୍ରାନ୍ତ ସଭା ଦ୍ୱାରା ପାଳନ କରାଯାଇଛି । ଏଥିରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର , ସୁରେଷ ସ୍ୱାଇଁ , ଶୁଶିଲ୍ ମହାନ୍ତି , ଗଦାଧର ପ୍ରଧାନ , ନିତ୍ୟାନନ୍ଦ ପରିଡା, ଧୁଃଶାସନ ଜେନା ପ୍ରମୁଖ ବହୁ କୃଷକ ନେତା ଯୋଗ ଦେଇ ବିଜୟ ପର୍ବ ସର୍ମ୍ପକରେ ଅଭିଭାଷଣ ରଖିଥିଲେ । ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୧୧/୧୨/୨୦୨୧--୮,୪୬ Sakhigopal News, 11/12/2021