Breaking News

ମାମୁଁ ହତ୍ୟା ଘଟଣାରେ ଭଣଜା ଓ ତାର ସହଯୋଗୀ ଗିରଫ

A nephew and his accomplice have been arrested in connection with the killings


ରଣପୁର----- ଚାନ୍ଦପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଭଣଜା ମାମୁଁ କୁ ହତ୍ୟା କରିବା ପାଇଁ ପଛାଉ ନାହିଁ ।  ହିନ୍ଦୁ ଧର୍ମ ଓ ସଂସ୍କୃତିରେ ମାମୁଁ ଓ ଭଣଜାର ସର୍ମ୍ପକ ଏକ ପବିର୍ତ ସର୍ମ୍ପକ । ଜନ୍ମିତ ପୁତ୍ର ଠାରୁ ଭଣଜା ଆଗରେ ରହିଥାଏ । ସେ ପବିର୍ତ ସର୍ମ୍ପକ ଆଜି କଳୁଷିତ ହେବାରେ ବସିଛି । 

ଚାନ୍ଦପୁର ପୋଲିସ ମାମୁଁ ହତ୍ୟା ଅଭିଯୋଗରେ ଭଣଜା ଓ ତାର ସହଯୋଗୀକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଭଣଜା ହେଲେ ଚାନ୍ଦପୁର ନବ ପ୍ରଧାନ ଓ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାର ନବର ଶାଳକ ଶିବ ସାହୁ । ଘଟଣାରୁ ପ୍ରକାଶ ଗତ ଡିସେମ୍ବର ୮ ତାରିଖ ରେ ଚାନ୍ଦପୁର ଥାନା ପଟିଆ ଗ୍ରାମ ପଞ୍ଚାୟତ ଗୋଦାସାହି ଜଙ୍ଗଲରୁ ଏକ ଅଜଣା ଶବ ମିଳିଥିଲା । ଚାନ୍ଦପୁର ପୋଲିସ ଶବ ଜବତ କରିବା ସହ ପଞ୍ଚନାମା ପରେ ଶବକୁ ଚିହ୍ନଟ ପାଇଁ ସଂରକ୍ଷିତ ରଖିଥିଲେ । ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଭାର ନିଜେ ନେଇ ତଦନ୍ତ କରୁଥିଲେ । ଏକ ସି ସି ଟିଭି ଫୁଟେଜକୁ ଆଧାର କରି ଏକ ମୋଟର ସାଇକେଲରେ ଅଜଣା ଶବ ଫିଙ୍ଗିଥିବା ଘଟଣା ଜାଣିପାରିଥିଲେ ।

ଏହି ସୁତ୍ରକୁ ଆଧାର କରି ଜାଣିବାକୁ ପାଇଲେ ଯେ ମୃତକ ବ୍ରଜ ବିଶ୍ୱାଳ ତାର ଘର ବାଲୁଗାଁ ଥାନା ହରିକୁଣ୍ଡ ବରଡି ଗ୍ରାମରେ । ସେ ଚାନ୍ଦପୁର ନିଜ ଭଣଜା ନବ ପ୍ରଧାନ ଙ୍କ ନାମରେ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି କରିଦେଇ ଭଣଜା ପାଖରେ ରହୁଥିଲେ । ମାମୁଁ ଙ୍କ ଦେହ ଖରାପ ପାଇଁ ନବ ୬୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ମାମୁଁ ଙ୍କ ଦେହ ବାରମ୍ବାର ଖରାପ ହେବାରୁ ଅଧିକ ଅର୍ଥ ଖର୍ଚ୍ଚ ଆବଶ୍ୟକ ପଡିବାରୁ ଖର୍ଚ୍ଚ କରିନପାରି ମାମୁଁ ଙ୍କୁ ହତ୍ୟା କରିବା ପାଇଁ ନିଷ୍ପତି ନେଇଥିଲା । ନିଜ ଶାଳକ ଶିବ ସାହୁ ସହ ଷଡ଼ଯନ୍ତ୍ର କରି ଏକ ମଟର ସାଇକେଲରେ ବସାଇ ନିଜ ଶଳା ସହଯୋଗରେ ପଟିଆ ଅଂଚଳକୁ ନେଇଥିଲା । ସେଠାରେ ମଦରେ ବିଶାକ୍ତ କିଟନାଶକ ଔଷଧ ମିଶାଇ ମାମୁଁକୁ ପିଆଇ ଦେଇଥିଲା । ମାମୁଁ ଙ୍କ ମୁତ୍ୟୁ ପରେ ହତ୍ୟାକାଣ୍ଡ କୁ ଛପେଇ ଦବା ଉଦ୍ୟେଶରେ ଶବ କୁ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଆସିଥିଲା । ପୋଲିସ ବିଶ ଶିଶିକୁ ଜବତ କରିବା ସହ ବ୍ୟବହାର କରିଥିବା ମଟର ସାଇକେଲ କୁ ଜବତ କରିଥିବା ଜଣାପଡିଛି । ବ୍ରଜ ବିଶ୍ୱାଳର ଶବ କୁ ତା ଭାଇମାନେ ଗ୍ରହଣ କରିବାକୁ ମନା କରିବାରୁ ନିୟମ ଅନୁଯାଇ ପୋଲିସ ଶବ ସଂସ୍କାର କରିଥିବା ଜଣାପଡିଛି । ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନା ମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଙ୍କ ଠାରୁ ସୁଚନା ମିଳିଛି । ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୧୧/୧୨/୨୦୨୧----୮,୩୦ 
Sakhigopal News,11/12/2021

Blog Archive

Popular Posts