Breaking News

ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଳସେଚନ ବିଭାଗ କର୍ମଚାରୀ ଆହତ

 Irrigation department personnel were injured in the attack
ଭଞ୍ଜନଗର-ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଳସେଚନ ବିଭାଗର କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଏମିତିଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ନିପଦର ଗ୍ରାମ  ନିକଟରେ । ଆହତ କର୍ମଚାରୀ ମାଗୁଣି ପ୍ରଧାନ ବୋଲି ଜଣାପଡିଛି । ତାଙ୍କ ଘର ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ।ଖବର ନେବାରେ ଜଣାପଡିଛି  ମାଗୁଣି କିଛି ଦିନ ତଳେ ନୂତନ ଭାବେ ଘର ତିଆରି କରି ପ୍ରତିଷ୍ଠା କରିଥିଲେ । ଘର ପ୍ରତିଷ୍ଠା ଦିନ ଆସିଥିବା ସଂପର୍କୀୟଙ୍କ ଘର ନିପଦର ଗ୍ରାମକୁ ଯାଇ କିଛି ସାମଗ୍ରୀ  ଦେଇ ନିଜ ଗ୍ରାମ ଭଞ୍ଜନଗର ଫେରୁଥିବା ସମୟରେ କିଛି ଦୁର୍ବୁର୍ତ୍ତଙ୍କ ହାବୁଡ଼ରେ ପଡିଥିଲେ । ମାଗୁଣିଙ୍କ ପାଖରେ ରଖିଥିବା ଟଙ୍କାକୁ , ଦୁର୍ବୃତ୍ତ ମାନେ ଛଡ଼ାଇ ନେବା ସହ ମାଡମାରି ଲହୁଲୁହାଣ କରି ଅଚେତ କରି  ଘଟଣା ସ୍ଥଳରୁ  ଚମ୍ପଟ ମାରିଥିଲେ  । ଫଳରେ ରାତି ସାରା ଅଚେତ ଅବସ୍ଥାରେ ପଡିରହିଥିଲେ ମାଗୁଣି । ଭୋର ସମୟରେ କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଦେଖିଥିଲେ । ଅଚେତ ବ୍ୟକ୍ତି ଙ୍କ ପାଖରେ ଥିବା ମୋବାଇଲ୍ ରୁ ଘର ଲୋକଙ୍କୁ ଜଣାଇଥିଲେ । ଘଟଣା ସ୍ଥଳରେ  ପରିବାର ଲୋକେ  ପହଞ୍ଚି ମାଗୁଣିଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରିଥିଲେ  । ତେବେ ମାଗୁଣିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି  ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୨/୨୦୨୧---୮,୫୫ Sakhigopal News, 11/12/2021

Blog Archive

Popular Posts