Breaking News

କୁବେଡେଗା ପଞ୍ଚାୟତର ଅନୁଦାନ ରୁ ତିନୋଟି ପ୍ରକଳ୍ପ ଉଦଘାଟିତ

଼Three projects have been inaugurated with grants from Kubedega Panchayat.

ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ କୁବେଡେଗା ଗ୍ରାମ ପଞ୍ଚାୟତର ଅନୁଦାନରୁ ଖଗସିପାଲି  ଠାରେ ଛଅ ଲକ୍ଷ ଟଙ୍କା ବ୍ୟୟ  ଅଟକଳରେ ନିର୍ମିତ କଲ୍ୟାଣ ମଣ୍ଡପ ର ରନ୍ଧାଘର ,ଫ୍ରିଜର୍ ପାନୀୟ ଜଳ ପ୍ରକଳ୍ପ ଓ  ସ୍କୁଲ ଗେଟ୍ ଓ ବାଉଣ୍ଡରି ଭଲି ତିନୋଟି ପ୍ରକଳ୍ପ  ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ଭୋଇ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ  ପୂଜାର୍ଚ୍ଚନା ବେଳେ ମହିଳାମାନଙ୍କ ହୁଳହୁଳି ଧ୍ୱନୀରେ ଗ୍ରାମ୍ୟପରିବେଶ ଉତ୍ସବ ମୂଖରୀତ ହୋଇ ପଡିଥିଲା ।  ଏଥିରେ ଅତିଥି ଭାବରେ ଭାରତୀୟ ସେନା ଦିଲ୍ଲୀରେ କାର୍ଯ୍ୟରତ  ଜୁନିଅର କମିଶନ୍ ଅଫିସର ନିର୍ମଳ ଦେହେରୀ ଯୋଗଦେଇ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ ।
ଅନ୍ୟତମ ଅତିଥି ଭାବରେ ଅର୍ପଣ ବରଗଡ଼ ର ସାମାଜିକ କର୍ମୀ ଅଶୋକ ମହାକୁର, ନାଏବ ସରପଞ୍ଚ ରାଜକୁମାର ପଧାନ , ଅଧିକାରି ମେହେର ,ଟଙ୍କଧର ସାହୁ ଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ ,ପ୍ରଧାନ ଶିକ୍ଷକ ପବିତ୍ର ସାହୁ ,ସହକାରୀ ଶିକ୍ଷକ ଲବ ଭୋଇ, ଅନନ୍ତ ପଧାନ ଓ ଶିକ୍ଷୟତ୍ରୀ ଅନିତା ସାହୁ ,   ଛାତ୍ର ଛାତ୍ରୀ,ତଥା ଗ୍ରାମର ସତାଧିକ ଆବାଳବୃଦ୍ଧବନିତା ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ  ଆୟୋଜନ ଓ ପରିଚାଳନାରେ ପୃଥିରାଜ କଠାର, ଲିଙ୍ଗ ବନଛୋର, ଦିପକ ସାହୁ, ରୋହିତ ବାରିକ,ଅଲେଖ କଠାର,ଗୋପାଳ ବେସ୍ରା, ରମେଶ କଠାର ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ପୁର୍ବତନ ସରପଞ୍ଚ, ମାଏନତା କବି ଉତ୍ପନ୍ନ କୁମାର ଭୋଇ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ଙ୍କୁ  ଧନ୍ୟବାଦ ଦେଇଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୧୨/୨୦୨୧---୭,୨୦ Sakhigopal News,15/12/2021

Blog Archive

Popular Posts