Breaking News

ଏଣିକି ଚିକିତ୍ସା ପାଇଁ , ବାଧକ ସାଜିବନି ଅର୍ଥ, କାର୍ଡ ବାଣ୍ଟିଲେ ବିଧାୟକ

For the most part, the legislature distributed the money, the card, and the card.
ଭଞ୍ଜନଗର----  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ହିତାଧିକାରୀ ଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ  ମା' ତାରାତାରିଣୀ ଶକ୍ତି ପୀଠରୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ।ଏବେ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରେ ଏହାର ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି । ଏହିକ୍ରମରେ ବେଲଗୁଣ୍ଠା ବ୍ଳକର ଗୋବରା ଓ କ୍ଷତ୍ରିୟବରପୁର ପଞ୍ଚାୟତ ଠାରେ ଆୟୋଜିତ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ରେ ପ୍ରାୟ  ୧୬ ଶହରୁ ଉର୍ଦ୍ଧ୍ବ ହିତାଧିକାରୀ ପରିବାର କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ଗୋବରା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଯୋଗଦେଇ  ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ରେ ବେଲଗୁଣ୍ଠା ବିଡ଼ିଓ ଶଶିଭୂଷଣ ମହାପାତ୍ର , ଜିଲ୍ଲାପରିଷଦ ସଭ୍ୟ - ଅମିତ୍ କୁମାର ନାୟକ , ପୂର୍ବତନ ବ୍ଳକ ଅଧ୍ୟକ୍ଷ - ପ୍ରଶାନ୍ତ କୁମାର ନାୟକ , ଗୋଡ଼ାଇ ସରପଞ୍ଚ - ଇନ୍ଦିରାବାଈ ରାଜୁ , ବ୍ଳକ୍ ଉପାଧ୍ୟକ୍ଷ ଙ୍କ ପ୍ରତିନିଧି - ସନ୍ତୋଷ କୁମାର ମଲ୍ଲ , ଏମ୍ ଆଇ - ସୁବ୍ରତ ଚୈ।ଧୁରୀ  ଏବଂ  ସିଡିପିଓ - ଗାୟତ୍ରୀ ମିଶ୍ର ପ୍ରମୁଖ ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ।  ଏଣିକି ଗରୀବ ଜନସାଧାରଣ ଅର୍ଥାଭାବ ରୁ ଆଉ କେହି ଅସୁବିଧା ର ସମ୍ମୁଖୀନ ହେବେ ନାହଁ । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ସ୍ବାଇଁ ନିଜ ପ୍ରତିକ୍ରିୟାରେ କହିଥିଲେ । ଗୋବରା ଠାରେ ୧୭୦ ହିତାଧିକାରୀ ପରିବାର କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ଗୋବରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗାଣ ସହାୟିକା -  ଇତିଶ୍ରୀ ପାତ୍ର , ପଞ୍ଚାୟତ ନିର୍ବାହୀ ଅଧିକାରୀ - ସୁବାସ ଚନ୍ଦ୍ର ଦଳବେହେରା , ସମସ୍ତ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ସେହିଭଳି କ୍ଷତ୍ରିୟବରପୁର ପଞ୍ଚାୟତ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଶାସନ , ପାଇଲିପଡା , ଗାଙ୍ଗପୁର , କ୍ଷତ୍ରିୟବରପୁର ଓ ଖଇରପୁଟି ପଞ୍ଚାୟତର ପ୍ରାୟ ୧୫ ଶହ ରୁ ଉର୍ଦ୍ଧ୍ବ ହିତାଧିକାରୀ ପରିବାର କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ । ଆୟୋଜିତ କାର୍ଯ୍ୟକ୍ରମରେ , ବିଡ଼ିଓ ଶଶିଭୂଷଣ ମହାପାତ୍ର , ପୂର୍ବତନ ବ୍ଲକ ଅଧ୍ୟକ୍ଷ - ପ୍ରଶାନ୍ତ କୁମାର ନାୟକ ,  ଗାଙ୍ଗପୁର ସମିତି ସଭ୍ୟ - ତୁଷାର ବିଷୋୟୀ , ଶାସନ ପଞ୍ଚାୟତ ସରପଞ୍ଚ ପ୍ରତିନିଧି - ସଞ୍ଜୟ ପ୍ରଧାନ , କ୍ଷତ୍ରିୟବରପୁ ସରପଞ୍ଚ - ରାଜେନ୍ଦ୍ର ଗୈାଡ , ସମିତିସଭ୍ୟା - ଝିଲି ପରିଛା , ଏବିଡିଓ - ପୂର୍ଣ୍ଣଚନ୍ଦ୍ର ପାଢ଼ୀ ,  ସମସ୍ତ ଯୋଗାଣ ସହାୟକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସମସ୍ତ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୩/୨୦୩୧ ----୧୧,୩୦ Sakhigopal News,14/12/2021

Blog Archive

Popular Posts