Breaking News

ଗୋଟିଏ "ପାର୍କ'ଦୁଇଟି ନାମ ;ଥିଲା "ସୁଖଶାନ୍ତି ପାର୍କ" ପରିବର୍ତ୍ତନ ହେଲା "ବିଜୁପଟ୍ଟନାୟକ ପାର୍କ , ଲକ୍ଷ ଲକ୍ଷ ଟଙ୍କା ଲୁଟ


ଜଟଣୀ:-- ଦୁର୍ଦ୍ଦିନ ଅବସ୍ଥାରେ "ବିଜୁ ପଟ୍ଟନାୟକ ପାର୍କ" l ବିଜୁ ପଟ୍ଟନାୟକ ପାର୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଛି ବୋଲି ଅଭିଯୋଗ l ସୂଚନା ମୁତାବକ ପୌରପରିଷଦ ଅନ୍ତର୍ଗତ ୧୦ ନଂ ୱାର୍ଡରେ ଥିବା "ବିଜୁ ପଟ୍ଟନାୟକ ପାର୍କ"ର ପୁରାତନ ନାମ"ସୁଖଶାନ୍ତି ପାର୍କ"ନାମରେ ନାମିତ ଥିଲା l ଏହି ପାର୍କଟି ୨୦୨୧ ମସିହାରେ ପୂର୍ବତନ ପୌରନିର୍ବାହୀ ଅଧିକାରୀ ତପନ ମହାପାତ୍ର ଏବଂ ୧୦ ନଂ ୱାର୍ଡର କାଉନସିଲର ଅଶୋକ ବଳିୟାର ସିଂହ ସମୟରେ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିଲା l ବିଡମ୍ବନାର ବିଷୟ ଦୀର୍ଘ ୨୫ ବର୍ଷ ଶାସନ ଭାରରେ ଥିବା ପୂର୍ବତନ ସରକାର ଅମଳରେ ପୁନର୍ବାର ସ୍ଥାନୀୟ କାଉନସିଲର ଅର୍ଣ୍ଣପୂର୍ଣ୍ଣା ସାହୁ, ପୂର୍ବତନ ପୌରନିର୍ବାହୀ ଅଧିକାରୀ  ଦିଲ୍ଲୀପ କୁମାର ମହାନ୍ତି ଏବଂ ପୌରାଧକ୍ଷ ଅନନ୍ତ ବେହେରା ଅମଳରେ ୧କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ "ସୁଖଶାନ୍ତି ପାର୍କ"ର ନବୀକରଣ କରି " ନାମ ପରିବର୍ତ୍ତନ କରି ୧୦/୦୪/୨୦୨୩ ମସିହାରେ "ବିଜୁ ପଟ୍ଟନାୟକ ପାର୍କ"ନିର୍ମିତ ହୋଇ ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ କରକମଳରେ ଶୁଭ ଉଦ୍ଘାଟନ ହୋଇଥିଲା l ଦୁଃଖର ବିଷୟ ବିଗତ ଦୁଇ ବର୍ଷ ଭିତରେ ପାର୍କର ଦୁର୍ଦ୍ଦିନ ଅବସ୍ଥା କହିଲେ ନ ସରେ l ନବୀକରଣ ହୋଇଥିବା ୱାଟର ଫାଉଣ୍ଟେନ ଅଚଳ ଅବସ୍ଥାରେ ପଡ଼ିରହିଛି ।ଆଧୁନିକ ଆଲୋକୀକରଣ, ଶିଶୁ ଖେଳନା ଭାଙ୍ଗି ପଡିଛି l ବର୍ତ୍ତମାନ ଏକ ଏକର ପରିମିତ ଜମିରେ ନିର୍ମିତ ହୋଇଥିବା ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ନାମରେ ନାମିତ"ପାର୍କ"ଟି ଆଜି ମସାଣି ଭୂଇଁରେ ପରିଣତ ହୋଉଛି l ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମତରେ"ସରକାର କା ମାଲ ଦରିୟା ମେ ଦାଲ" ଭଳି l କାହା ସ୍ୱାର୍ଥରେ ଗୋଟିଏ ପାର୍କ କୁ ନବୀକରଣ କରି ଦୁଇ ଦୁଇଟି ନାମରେ ନାମିତ କରିବା l "ପାର୍କ"ର କାର୍ଯ୍ୟ ବର୍ତ୍ତମାନ ସୁଧା ସମ୍ପୂର୍ଣ୍ଣ ନ ହୋଇ କାର୍ଯ୍ୟର ୭୫ ଭାଗ କାମକରି ଆଉ ୨୫ ଭାଗ କାମ ନ କରି ଠିକାଦାର ସହ ସ୍ଥାନୀୟ କାଉନସିଲର,ପୌରପରିଷଦରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରୁଥିବା ଏମଇ ମ୍ୟାଡ଼ାମ ଏବଂ ପୌରାଧକ୍ଷ ମହାଶୟଙ୍କ ମିଲିଭଗତରେ ଚଳୁ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ  l ଆହୁରି ମଧ୍ୟ ସୂଚନା ଅଛିକି "ପାର୍କର"ର ରକ୍ଷଣା ବେକ୍ଷଣ, ପାର୍କର ସିକୁରିଟି ଗାର୍ଡ ବାବଦକୁ ୨୧୦୦୦ ଟଙ୍କା ସ୍ଥାନୀୟ କାଉନ ସିଲର ଙ୍କ ସହାୟତାରେ ସ୍ଥାନୀୟ ମହିଳା ସ୍ୱୟଂସହାୟତା ଗୋଷ୍ଠୀ ପୌରପରିଷଦରୁ ଟଙ୍କା ଗ୍ରହଣ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି l କିନ୍ତୁ ଏହି ଟଙ୍କା କେଉଁ କାର୍ଯ୍ୟରେ ଆସୁଛି ତାହା ତଦନ୍ତ ସାପକ୍ଷ l ଏଠି ସମସ୍ତେ ଏକାକାର l ପାର୍କ ଗୁଡିକର ରକ୍ଷଣା ବେକ୍ଷଣ ଦାୟିତ୍ୱ ନ ନେଇ ବାରମ୍ବାର ନବୀକରଣ କରି ନାମ ପରିବର୍ତ୍ତନ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ପୌରପରିଷଦର ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି l ବର୍ତ୍ତମାନର ନୂତନ ମୋହନ ମାଝୀ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଦୁର୍ନୀତିରେ ବୁଡି ରହିଥିବା ସ୍ଥାନୀୟ"ପୌରପରିଷଦରେ ଥିବା ଦୁର୍ନୀତି ଖୋର କର୍ମଚାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ମତ ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧୦/୨୦୨୫----୯,୪୫ Sakhigopal News,16/10/2025

Blog Archive

Popular Posts