ଜମି ମାଫିଆ ଲୁଟିଚାଲିଛନ୍ତି ସରକାରୀ ଜମି , ତହସିଲଦାର ସାଜିଛନ୍ତି ନିରବଦ୍ରଷ୍ଟା
The land mafia is looting government land, and the tehsildar is making up for it.
ଜଟଣୀ --ସ୍ଥାନୀୟ ରେଳବାଇ ଅଞ୍ଚଳରୁ ରେଳ ପ୍ରଶାସନ ଦ୍ୱାରା ବିତାଡିତ ଝୁପୁଡି ବାସି ଏବଂ ପୌରାଞ୍ଚଳର ଅନେକ ଭୂମିହୀନ ଲୋକଙ୍କ ଅବସ୍ଥା ବର୍ତ୍ତମାନ ଶୋଚନୀୟ ହେବାକୁ ବସିଲାଣି । ଏଭଳି ସ୍ଥଳେ ଅନେକ ଗରିବ ଲୋକେ ସରକାରଙ୍କ ଜାଗାମିଶନ ଜରିଆରେ ଜାଗାଟିଏ ପାଇଁ କିଛି ଅସାଧୁ ପୌରକର୍ମଚାରୀଙ୍କୁ ଟଙ୍କା ଦେଇ ହତାଶ ହୋଇ ରହିଛନ୍ତି । କହିବାକୁ ଗଲେ ପ୍ରତ୍ୟକ ୱାର୍ଡର ୱାର୍ଡ ଅଫିସର ମାନେ ଟଙ୍କା କାରବାର କରି ପ୍ରକୃତ ହିତାଧିକାରୀଙ୍କୁ ଜାଗା ନ ଦେଇ ସରକାରୀ କର୍ମଚାରୀ ମାନଙ୍କୁ ସରକାରଙ୍କ ଜାଗାମିଶନ ଜରିଆରେ ଜାଗା ଯୋଗାଇଦେଇଥିବା ଦେଖୁବାକୁ ମିଳେ । ଅନ୍ୟପଟେ ରେଳବାଇ ଅଞ୍ଚଳର ଅନେକ ଭୂମିହୀନ ଝୁପୁଡି ପରିବାର ମୁଣ୍ଡ ଗୁଞ୍ଜିବାପାଇଁ ପୌରପରିଷଦ ଠାରୁ ଆରମ୍ଭ କରି ତହସିଲଦାର ଏବଂ କଲେକ୍ଟର ଅଫିସରେ ନିଜର ହକ ପାଇଁ ନିଜେ ଲଢେଇ ଜାରି ରଖିଥିବା ସ୍ଥଳେ ମଝି ମଝିରେ ବିଭିନ୍ନ ରାଜନୈତିକ ଦଳ ନିଜର ଗୋଟି ଚାଳନା କରିବାର ପଛାଉ ନାହାନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ ମହୋଦୟ ଭୂମିହୀନ ପରିବାରଙ୍କ ଥଇଥାନ ପାଇଁ ବାଛରା ମୁଣ୍ଡିଆ ପାଦଦେଶ ଚି଼ହ୍ନଟ କରିଥିଲେ । ଶୁଣାଯାଏ ପୂର୍ବତନ ପୌର ଅଧିକାରିଣୀ ଲଳିତା କାପୁର ମହୋଦୟା ଭୂମିହୀନ ମାନଙ୍କ ପାଇଁ ସରକାରଙ୍କ ଜାଗାମିଶନ ଜରିଆରେ ଵାଛରା ପାହାଡର ପାଦଦେଶକୁ ଚି଼ହ୍ନଟ କରି ସଫାସୁତରା କରିଥିଲେ । ତାଙ୍କ କାର୍ଯ୍ୟାଦେଶ ସରିବାପରେ ତପନ କୁମାର ମହାପାତ୍ର ପୌରଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କର ଜ୍ଞାତସାରରେ ପୌରାଞ୍ଚଳର ୧୨ନଂ ଏବଂ ୧୩ ନଂ ୱାର୍ଡର ପୂର୍ବତନ କାଉନ୍ସିଲର ଏବଂ କିଛି ମୁଷ୍ଟିମେୟ ଲୋକଙ୍କ ଜରିଆରେ ସେହି ଜାଗାକୁ ଅକ୍ତିଆର କରିନେଲେ । ବର୍ତ୍ତମାନ ସେହି ବ୍ୟକ୍ତିମାନେ ପୌରାକାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କୁ ହାତକରି, ଟଙ୍କା ପଇସା କାରବାର କରି ଉଷାସର୍ଭେରେ ଜାଗାର ପଟ୍ଟା କରାଇଦେବା କହି ସେହି ଜାଗାକୁ ପ୍ଲଟିଙ୍ଗ କରି ଲକ୍ଷେଲକ୍ଷେ ଟଙ୍କାରେ ବିକ୍ରି କରି ଚାଲିଛନ୍ତି । ଜଟଣୀ ତହସିଲଦାର ତପନ ମହାପାତ୍ର ମହୋଦୟଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏହାର ପ୍ରତିକାର କିଛି ନାହିଁ । ଏପରିକି ପୌରାଞ୍ଚଳର ବଡନୂଆଗାଁ, ବାଛରା ପାଟଣା, ଘୋଡ଼ାଧର୍ମଶାଗର, ଜଗନ୍ନାଥ ପୁର, ରାମଚନ୍ଦ୍ରପୁର ମୌଜାର ସରକାରୀ ଜମି ଏବଂ ଵାଛରାପାଟଣା ସ୍ମଶାନ ଭୂମି ସମେତ ୱାର୍ଡର ଅନେକ ସରକାରୀ ଜାଗାକୁ ସ୍ଥାନୀୟ ଅଞ୍ଚଳର କେତକ କୁଜିନେତା, ଜମି ଦଲାଲ, ପୂର୍ବତନ କାଉନସିଲର ଏବଂ ମୁଷ୍ଟିମେୟ ଲୋକ ନିଜ ଅକ୍ତିଆରକୁ ନେଇ ଲକ୍ଷଲକ୍ଷ ଟଙ୍କାରେ ଜାଗାକୁ ବିକ୍ରିକରି ମାଲାମାଲ ହେଉଛନ୍ତି । ଏଥିରେ ତହସିଲଦାର ଏବଂ ଆରଆଇ ମହୋଦୟାଙ୍କ ଜ୍ଞାତସାରରେ ହେଉଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି । ଏପରି ଅନେକ ଘଟଣା ଖବର କାଗଜରେ ପ୍ରକାଶିତ ହେଉଥିଲେ ମଧ୍ୟ ତହସିଲଦାର ଜାଣି ନ ଜାଣିଲାଭଳି ରହୁଛନ୍ତି । ତହସିଲଦାର ତପନ ମହାପାତ୍ରଙ୍କ ନାମରେ ଅନେକ ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ ତହସିଲଦାର ରାମଚନ୍ଦ୍ରପୁର ନୂଆଗାଁ ଆଞ୍ଚଳର ସୌଭାଗ୍ୟଲକ୍ଷ୍ମୀ ଓ ସତ୍ୟନାରାୟଣ ପଟ୍ଟନାୟକ ତାଙ୍କ ଜାଗାର ଦିମାରକେଶନ କରାଇଥିଲେ । କିନ୍ତୁ କୋର୍ଟରେ ଜାଗାଉପରେ କେଶ ଚାଲିଥିବା ବେଳେ ଓ ସ୍ଟାଟସ୍କୋ ଅର୍ଡର ଥିବା ବେଳେ ତହସିଲଦାର ତପନ ମହାପାତ୍ରଙ୍କ ଜାଗାର ଦିମାରକେଶନ ନେଇ ସମ୍ବାଦ ପରିବେଷଣ ହୋଇଥିଲା । ତହସିଲ ଜର୍ଯ୍ୟାଳୟକୁ ଦିନତମାମ ନ ଆସି ସନ୍ଦ୍ୟା ଛଅଟା ପରେ କାର୍ଯ୍ୟରେ ଯୋଗଦେବା, ଛୁଟି ଦିନରେ ପଟ୍ଟା ବଣ୍ଟନ କରିବା, ତହସିଲଦାର ମହୋଦୟ ସରକାରଙ୍କ ଦ୍ୱାରା ପ୍ରାପ୍ତ ସରକାରୀ ଘରେନରହି ପ୍ରତ୍ୟକ ଦିନ ଭୁବନେଶ୍ୱର ଯିବାଆସିବା କରିବା ଏବଂ ସାଧାରଣ ଲୋକ ତାଙ୍କର ବିଭିନ୍ନ କାର୍ଯ୍ୟ ନେଇ ତହସିଲ ଜର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଯିବା । ତହସିଲଦାରଙ୍କ ଇଙ୍ଗିତରେ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ବିଭିନ୍ନ କାର୍ଯ୍ୟ କରିବା ନେଇ ଅର୍ଥ ଆଦାୟ କରିବା । ଅର୍ଥ ନ ଦେଲେ ଫାଇଲକୁ ଚାପି ଦେଇ ବସିବା ନେଇ ଜଟଣୀ ଓକିଲ ସଂଘ ବିଗତ ଦିନରେ କାର୍ଯ୍ୟାଳୟକୁ ତାଲା ପକାଇବା ସମ୍ବାଦ ପରିବେଷଣ ହୋଇଥିଲା । ସେହିପରି ଜଟଣୀ ତହସିଲ ଅଧୀନ ଜାମୁକୋଳି ଛକ ଠାରୁ ମୁଣ୍ଡଳ ଗାଁକୁ ଯିବା ରାସ୍ତାକୁ ଜୈନିକ ବ୍ୟକ୍ତି ଜବରଦସ୍ତ ମାଡ଼ିବସିବା ନେଇ ଗ୍ରାମବାସୀଙ୍କ ଅଭିଯୋଗରେ ଗଣମାଧ୍ୟମ ପ୍ରତିନିଧି ତହସିଲଦାର ତପନ ମହାପାତ୍ରଙ୍କୁ ଫୋନ ଯୋଗେ ଅଭିଯୋଗ କରିବାରୁ ସେ ସ୍ଥାନୀୟ ରାଜସ୍ବ ନିରୀକ୍ଷଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ରାଜସ୍ୱନିରୀକ୍ଷକ ଗତ ୫ /୧୧ /୨୧ ରିଖରେ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ତହସିଲ କାର୍ଯ୍ୟାଳୟରେ ଦାଖଲ କରିବା ସତ୍ୱେ ବର୍ତ୍ତମାନ ସୁଧା ଏହା ଉପରେ କୌଣସି କାର୍ଯ୍ୟକାରୀ ହୋଇନାହିଁ । ଏଥିରେ ତହସିଲଦାରଙ୍କ ସଛୋଟ ପଣିଆ ଜଣାପଡେ । ସ୍ଥାନୀୟ ବାସିନ୍ଦାଙ୍କ ମତରେ ତହସିଲଦାରଙ୍କ ନାମରେ ଏତେ ଗୁଡିଏ ଅଭିଯୋଗ ସତ୍ୱେ ରାଜ୍ୟସରକାରଙ୍କ ୫ଟି ସଚିବଙ୍କ କେବେ ନିଦ ଭାଙ୍ଗୁଛି ତାହା ଦେଖିବାର ବାକିରହିଲା । ବୁଦ୍ଧିଜୀବୀଙ୍କ ମତରେ ଏସବୁ ଘଟଣାର ସିବିଆଇ ତଦନ୍ତ ହେବା ନିହାତି ଜରୁରୀବୋଲି ନିଜର ମତବ୍ୟକ୍ତ କରିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧୨/୨୦୨୧-----୧୦,୩୦ Sakhigopal News,6/12/2021